ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ :  ବାମନଘାଟି ଉପଖଣ୍ଡର ଏକମାତ୍ର ସର୍ବପୁରାତନ ମହାବିଦ୍ୟାଳୟ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଆଜି ମହାବିଦ୍ୟାଳୟ ପରିସରରେ ମୟୁରଭଞ୍ଜ ସାଂସଦ ତଥା ବିଧାୟକଙ୍କ ଉଦ୍ୟେଶରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲା l ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଥିଲେ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ଥିଲେ ବିଧାୟକ ଜଲେନ ନାଏକ ଅନ୍ୟତମ ସମ୍ମାନିତ ଅତିଥିଙ୍କ ଆସନ ଗ୍ରହଣ କରିଥିଲେ ବିଜେପି ର ରାଜ୍ୟ ସମ୍ପାଦକ ନବୀନ ରାମ, ବିଜେପି ନଗର ସଭାପତି ସୁରଥ କୁମାର ପଟ୍ଟନାୟକ, ରାଷ୍ଟ୍ର ପତିଙ୍କ ବ୍ୟକ୍ତିଗତ ଅତିରିକ୍ତ ସହାୟକ ସୁରଥ ମହାନ୍ତ,  ମଂଚାସୀନ ଅନ୍ୟତମ ଅତିଥି ଥିଲେ ଅଧ୍ୟାପିକା ରାଜଶ୍ରୀ ଦାଶ ସଭାପତିତ୍ୟ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ରବିନାରାୟଣ ଶତପଥୀ ଆବାହକ ସଂଯୋଜକ ଥିଲେ ଅଧ୍ୟାପକ ବିଜୟ ରାମ l    ସମ୍ବର୍ଦ୍ଧନା ଉତ୍ସବର ସମାପନ ପରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ହୋଇଥିଲା l ସମସ୍ତ  କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ ଅନୁଷ୍ଠାନର ସମାପ୍ତି ରାଣୀ ଦାସ, ତିଲତ୍ତମା ଷଡ଼ଙ୍ଗୀ, ସୁଭଦର୍ଶନୀ ମିଶ୍ର, ପ୍ରିୟତ୍ତମା ହେମ୍ବ୍ରମ  ରାଜଶ୍ରୀ ନାୟକ, କାରୁ ମାର୍ଣ୍ଡି, ଅବନୀ ନାୟକ, ଜୋଶଧାରା ମହାନ୍ତ, ତୃପ୍ତିଲତା ମହାନ୍ତ, ରଞ୍ଜୁଲତା ନାୟକ, ଦୀପିକା ମହାରଣା, କୁନି ବେହେରା ଏବଂ ମାୟା ମହାଳି ।