ନବନିର୍ମିତ ପମ୍ବନ ରେଳସେତୁର ଲୋକର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାମେଶ୍ଵରମ: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍‌ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର୍ ନବନିର୍ମିତ ପମ୍ବନ ରେଳସେତୁର  ଲୋକର୍ପଣ କରିଛନ୍ତି । ଏହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ଭାବେ ୫୫୦ କୋଟି ଟଙ୍କାର ନିର୍ମାଣ କରାଯାଇଛି ।

ଏହି ସେତୁରେ ରେଳ ମାର୍ଗ ସହ ଜାହାଜ ଚଳାଚଳ ବ୍ୟବସ୍ଥା ରହିଛି । ଏଥିସହ ପ୍ରଧାନମନ୍ତ୍ରୀ  ତାମିଲନାଡ଼ୁରେ ୮ହଜାର ୩୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ନୂତନ ପମ୍ବନ ରେଳସେତୁର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ବରମ-ତାମ୍ବରମ ନୂତନ ରେଲ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ପୌରାଣିକ ଗାଥା ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ବରମ ନିକଟସ୍ଥ ଧନୁଷକୋଡ଼ିରୁ ଆରମ୍ଭ ହୋଇଥିଲା ।

ରାମେଶ୍ବରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ ବିଶ୍ବସ୍ତରରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା । ଏହାର ଲମ୍ବ ୨.୦୮ କିଲୋମିଟର। ଏଥିରେ ୯୯ଟି ସ୍ପାନ୍ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି। ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ। ଏକ ସ୍ବତନ୍ତ୍ର ପଲିସିଲୋକ୍ସେନ ଆବରଣ ଏହାକୁ ସମୁଦ୍ର ପାଣି ଓ ପବନର ଲବଣଜନିତ କ୍ଷୟରୁ ରୋକି ପ୍ରତିକୂଳ ସାମୁଦ୍ରିକ ପରିବେଶରେ ଦୀର୍ଘ ସ୍ଥାୟୀତ୍ବକୁ ସୁନିଶ୍ଚିତ କରିବ।