ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି: AG ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି । ଓଡ଼ିଶା ପାଇଁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି AG ପୀତାମ୍ବର । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଜଣାଇଲୁ । ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି । କାଲି ଦୁଇ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି AG ପିତାମ୍ବର ।

ସେ ଆହୁରି କହିଛନ୍ତି ଯେ, ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି । ସରକାର ବଦଳିବା ପରେ ଆପୋସ ବୁଝାମଣା ପାଇଁ ଚେଷ୍ଟା ଚାଲିଛି । କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ୍‌ରେ ହୋଇ ନାହିଁ । ଯଦି ବିବାଦ ସମାଧାନ ନହୁଏ ପ୍ରକଳ୍ପ ପାଇଁ CWCଙ୍କ ସ୍ବୀକୃତି ମିଳିବ ନାହିଁ ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ ।