ରାଇରଙ୍ଗପୁରରେ ଉତ୍କଳ ବସନ୍ତ ଉତ୍ସବ ପାଳନ ନିମନ୍ତେ ସମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର/ସତ୍ୟ ନାରାୟଣ ପାଲ – ରାଇରଙ୍ଗପୁର ସତୀ ନାରାୟଣୀ ମନ୍ଦିର ପରିସରରେ ରାଇରଙ୍ଗପୁର ମାରୱାର୍ଡି ସମାଜ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଚଳିତ ମାସ ଡିସେମ୍ବର ୧୭୵୧୮୵ ତାରିଖ ରେ ସତୀ ନାରାୟଣୀ ଓ ଦାଦି ମାତାଙ୍କ ଉତ୍କଳ ବସନ୍ତ ଉତ୍ସବ କିପରି ଶାନ୍ତିପୂର୍ଣ୍ଣ ଭାବେ କରାଯିବ ସେ ନେଇ ମାରୱାର୍ଡି ସମାଜର ଆବାହକ ମୋନଜ କୁମାର ଢଣଡଣିଆ ସୂଚନା ପ୍ରଦାନ କରିଥିଲେ । ଦାଦି ମାତାଙ୍କ ପାଇଁ ଚଳିତ ବର୍ଷ ଉତ୍କଳ ବସନ୍ତ ଉତ୍ସବ କାର୍ୟ୍ୟକ୍ରମ ରାଇରଙ୍ଗପୁର ଅନୁଷ୍ଠିତ ହେବାର ସ୍ଥିରିକୃତ ହୋଇଯାଇଛି । ତେଣୁ ରାଇରଙ୍ଗପୁର ମାରୱାର୍ଡି ସମାଜ ଏଥର ଦାୟିତ୍ବ ନେଇଛି ।

ଏହି କାର୍ୟ୍ୟକ୍ରମ ରେ ଓଡିଶା ତଥା ବିଭିନ୍ନ ରାଜ୍ୟରୁ ଶତାଧିକ ଶ୍ରଦ୍ଧାଳୁ ମାନେ ଆସିବେ । ଦୁଇ ଦିନ ରହି ଦାଦି ମାତାଙ୍କ ଆଶୀର୍ବାଦ ଭିକ୍ଷା କରିବେ । ଦାଦି ମାତା ହେଉଛନ୍ତି ପ୍ରତ୍ୟେକ୍ଷ ଦେବି ତାଙ୍କୁ ଯଦି କେହି ଶ୍ରଦ୍ଧା ଓ ଭକ୍ତିରେ ଆରାଧନା କରନ୍ତି ତେବେ ତାଙ୍କ ପରିବାର କୁ ଧନଧାନ୍ୟ ପରିପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦାଦି ମାତାଙ୍କ ସବୁଠାରୁ ଭାରତ ପ୍ରସିଦ୍ଧ ରାଜସ୍ଥାନ ରାଜ୍ୟର ଝୁଝୁଂନୁ ଜିଲାରେ ରହିଛି । ପ୍ରତ୍ୟେକ ବର୍ଷ ମାତାଙ୍କ ଗୁଣଗାନ ଓ ପ୍ରଚାର ପାଇଁ ଭାରତର ବିଭିନ୍ନ ରାଜ୍ୟରେ ସମାଜ ପକ୍ଷ ରୁ ପାଳନ କରିଆସୁଥିବା କଥା କହିଥିଲେ । କାର୍ୟ୍ୟକ୍ରମ ରେ ବିଶାଳ ସଭାଯାତ୍ରା ଓ ଭଜନକୀର୍ତ୍ତନ ଆୟୋଜିତ ହେବାର ସ୍ଥିରିକୃତ କରାଯାଇଅଛି । କାର୍ୟ୍ୟକ୍ରମ ରେ ମହାବୀର ପ୍ରସାଦ ଅଗ୍ରୱାଲ , ଶମ୍ବୁ ତ୍ରିବେୱାଲ୍ , ମୋନଜ ଢଣଡଣିଆ , ସଞ୍ଜୁ ଅଗ୍ରୱାଲ,ଅନିଲ କୁମାର ପାଢ଼ିଆ ଓ ଗୌରବ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ ।