କଟକ: କଟକର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୦୮ ବ୍ୟାଚର ଆଇପିଏସ ପ୍ରକାଶ ଆର । ଡଃ କନୱର ଭିଶାଲ ସିଂ ଙ୍କ ବଦଳି ପରେ ପ୍ରକାଶ ଆର ନେଇଛନ୍ତି ଦାୟିତ୍ୱ । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ନୂଆ ଡିସିପିଙ୍କୁ ସ୍ୱାଗତ କରିଥିଲେ । କଟକ ନୂତନ ଡିସିପ ଭାବେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ନିଯୁକ୍ତି ହୋଇଛନ୍ତି ଆଇପିଏସ ପ୍ରକାଶ ଆର । ଦାୟିତ୍ୱ ଗ୍ରହଣ ପରେ ଡିସିପି ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ ଆଜି ଦାୟିତ୍ୱ ନେଇଛି । ଆଜି ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଓ ଆଇଆଇସି ମାନଙ୍କ ସହିତ ଆଲୋଚନା କରିବି’ ।
ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ କୁ ସମାପନ କରିବା ପାଇଁ ଚେଷ୍ଟା କରାଯିବ । ଆଗାମୀ ନିର୍ବାଚନ ଆମ ପାଇଁ ବଡ ଆହ୍ୱାନ ରହିବ । କଟକର ନାଗରିକମାନଙ୍କ ସହଯୋଗରେ ଆମେ ଭଲରେ ସବୁ କିଛି ପାରିବୁ । ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ଉପରେ ଆମର ମୁଖ୍ୟ ନଜର ରହିବ । ବଡ ବଡ ଅପରାଧୀମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।