ବଲିଉଡ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର କରିବେ ‘ବୋଉ ବୁଟୁ ଭୂତ’ ଫିଲ୍ମର ରିମେକ୍

ଭୁବନେଶ୍ୱର:- ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଖୁସି ଖବର । ବାବୁସାନ ମହାନ୍ତିଙ୍କ ଫିଲ୍ମ ‘ବୋଉ ବୁଟୁ ଭୂତ’ ବକ୍ସ ଅଫିସରେ ଧମାଲ୍ କରିବା ସହ ବେଶ ଲୋକପ୍ରିୟତା ସାଉଁଟିଥିଲା । ଫିଲ୍ମ କେବଳ ଦର୍ଶକଙ୍କ ମନ ଜିତିନତିଲା ବରଂ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ କୋଟି କୋଟି ଟଙ୍କା ଆୟ କରିବାରେ ବି ସଫଳ ହୋଇଥିଲା । ବର୍ତ୍ତମାନ ଫିଲ୍ମକୁ ମିଳିଛି ଆଉ ଏକ ସଫଳତା । ‘ବୋଉ ବୁଟୁ ଭୂତ’ ରିମେକ୍ ହେବାକୁ ଯାଉଛି । ଆଉ ଏହି ରିମେକ୍ କରିବେ ବଲିଉଡ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର ।

Karan Johar's Dharma Production mulling to remake Babushaan's Bou Buttu  Bhuta - Update Odisha-Latest Odisha News I Breaking News

କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ମହମ୍ମଦ ଇମ୍ରାନଙ୍କ ଦ୍ୱାରା ଲିଖିତ ଏବଂ ଜଗଦୀଶ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ ର ପୁନଃନିର୍ମାଣ ଅଧିକାର କିଣିବା ପ୍ରକ୍ରିୟାରେ ଅଛି । ସିଧର୍ମା ପ୍ରଡକ୍ସନ୍ସର ମୁଖ୍ୟ ଆଇନ ଅଧିକାରୀ ରାଖି ବାଜପେୟୀ ତିୱାରୀଙ୍କ ଦ୍ବାରା ‘ଫିଲ୍ମ ଇନଫରମେସନ ମାଗାଜିନ୍‌’ ରେ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ‘ବୋଉ ବୁଟୁ ଭୂତ’ ର ରିମେକ୍ ରାଇଟ୍ସ କ୍ରୟ ପାଇଁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି ।

Karan Johar's Dharma Productions to remake Odia film 'Bou Buttu Bhuta'!