(ଅନୁସ୍ୱୟା)ଭୁବନେଶ୍ୱର: ଫାଇନ ଆଦାୟ କରୁଥିବା ଅଫିସରଙ୍କ ଉପରେ ଚଡ଼କ । ଯଦି ତ୍ରୁଟିପୂର୍ଣ୍ଣ ଉପାୟରେ ଫାଇନ କଟାଯାଇଥାଏ ତେବେ ଫାଇନର ଦୁଇ ଗୁଣ ଅର୍ଥ ଦେବେ ସମ୍ପୃକ୍ତ ଅଧିକାରୀ । ଯଦି ଚାଲଣ କାଟିବା ପରେ ସବୁ ଆବଶ୍ୟକ ଦସ୍ତାବିଜ ଉପସ୍ଥାପନା କରନ୍ତି,ତେବେ ଫାଇନ ଦେବାକୁ ପଡ଼ିବ ନାହିଁ । ଆଗାମୀ ଗୋଟିଏ ମାସ ପର୍ୟ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡି ଚାଳକଙ୍କୁ ଦଣ୍ଡ ଗଣିବାକୁ ପଡିବ ନାହିଁ । ଆଗାମୀ ଗୋଟିଏ ମାସ ମଧ୍ୟରେ ଗାଡ଼ି ଚାଳକଙ୍କୁ ପ୍ରଦୂଷଣ ସାର୍ଟିଫିକେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ । ଏହା ସହ ଅନେକ ବଦଳରେ ଗୋଟିଏ ଫାଇନ ପାଇଁ ଯୋଜନା ହେଉଛି । ୧୭ଟି ସ୍ଥାନରେ ଅନଲାଇନ ଡ଼୍ରାଇଭିଂ ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ ।