ରାଜନୈତିକ ହିଂସା

ଚାନ୍ଦବାଲି : ରାଜନୈତିକ ହିଂସା । ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗଚ ଜାଗୁଳା ପଂଚାୟତରେ ରାଜନୈତିକ ହିଂସା । ଜାଗୁଳା ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ଅଡାବନ୍ଦ ଗାଁରେ ଗ୍ରାମବାସୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ନ ଦେବାରୁ ଉତେଜିତ ହୋଇ ପୂର୍ବତନ ସରପଞ୍ଚଙ୍କୁ ସୁରେଶ ମାହୁନ୍ତ ଓ ତାଙ୍କର ସମର୍ଥକମାନେ ଏକ ଦଳର କର୍ମୀମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଉଭୟ ପକ୍ଷରୁ ୧୫ଜଣ ବ୍ୟକ୍ତି ଆହତ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଧାମରା ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତି ଜାରି କରିଛି ।