ଢେଙ୍କାନାଳ ( ଚିନ୍ମୟୀ ସ୍ୱାଇଁ ):-ଭିଜିଲାନ୍ସ ଜାଲରେ ପୁଲିସ ବାବୁ । ସଦର ଥାନା ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ । ୩୦ ହଜାର ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ଢେଙ୍କାନାଳ ଡିଏସ୍ପି ଅଭିନବ ଡାଳୁଆ । କୋଇଲା ଗାଡି ମାଲିକଙ୍କ ଠାରୁ ନେଉଥିଲେ ଲାଚଂ । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଥାନାବାବୁ । ଋୁଦ୍ଧ କୋଠରୀ ଭିତରେ ଥାନା ଅଧିକାରୀଙ୍କୁ ଚାଲିଛି ଜେରା କରାଯାଉଛି ।ଖବର ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଦାୟିତ୍ୱରେ ଥିଲେ ଅଭିନବ ଡାଳୁଆ । ହେଲେ ଜଣେ ବ୍ୟକ୍ତିଙ୍କ ଠାରୁ କୌଣସି କାମ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍ ଏହି ସମୟରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ନଗଦ ୩୦ ହଜାର ଟଙ୍କା ସହ ଡିଏସ୍ପିଙ୍କୁ ଧରିଥିଲା ଭିଜିଲାନ୍ସ । ତେବେ କଣ ପାଇଁ ଲାଞ୍ଚ ନେଉଥିଲେ ସଦର ଥାନା ଡିଏସ୍ପି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । କିଛି ସମୟ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ଏନେଇ ସବିଶେଷ ତଥ୍ୟ ଦିଆଯାଇପାରେ।