ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କରପଡା ଗାଁର ହିମାଂଶୁ ଶେଖର ପ୍ରଧାନଙ୍କ ଗୋଡରେ ଆଘାତ ଲାଗିଥିଲା ।ଜୋରରେ ରକ୍ତସ୍ରାବ ହେବାରୁ ତାଙ୍କୁ ୧୫ ତାରିଖ ଦିନ ମେଡିକାଲରେ ଆଡମିଟ୍ କରାଯାଇଥିଲା ।ହେଲେ କିଛି ପିଜି ଡାକ୍ତର ତାଙ୍କର ଚିକିତ୍ସା କରି ଛାଡିଦେଇଥିଲେ ।କିଛି ଡାକ୍ତର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଦେଖୁଥିବାରୁ ହିମାଂଶୁଙ୍କୁ ଆଡମିଟ ୍ କରିବା ପାଇଁ ସୁଣିନଥିଲେ,ଯାହା ପରିବାର ଲୋକଙ୍କ କହିବା କଥା ଥିଲା ।ପରେ ପୁଣି ମେଡିକାଲକୁ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି ।ସେପଟେ ଡାକ୍ତର କୌଣସି ଅବହେଳା କରିନାହାନ୍ତିା ମ୍ୟାଚ୍ ଦେଖିବା ଅଭିଯୋଗରେ ସିସିଟିଭି ଯାଞ୍ଚ୍ ହେବ ବୋଲି ଏମ୍କେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୁଚିତ୍ରା ଦାଶ କହିଛନ୍ତି ।