ସ୍ବେଚ୍ଛାସେବୀ ଉଦୀୟମାନ ପକ୍ଷରୁ ବୈରୀ ଥାନାରେ ବୃକ୍ଷ ରୋପଣ 

ବଡଚଣା / ବେଦପ୍ରକାଶ ନାୟକ : ଯାଜପୁର ଜିଲ୍ଲା ବଡଚଣା ଉଦୀୟମାନ ଛତିଆ ଶାଖା ପକ୍ଷରୁ ବୈରୀ ଥାନା ପରିସରରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତିଆ ଶାଖାର ସଭାପତି ବିପିନ ବିଶ୍ୱାଳଙ୍କ ନେତୃତ୍ବରେ ଆୟୋଜିତ ସଚେତନତା କାର୍ୟ୍ୟକ୍ରମରେ ଥାନା ଏସ୍ ଆଇ ଜାହିର ଅବଦିନ୍ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ହସ୍ତଶିଳ୍ପୀ ମହେଶ୍ବର ଓଝା , ସାମ୍ବାଦିକ ପ୍ରତାପ ରାଉତରାୟ ,ଧିରେନ୍ କୁମାର ପଣ୍ଡା , ପଷୁଚିକିତ୍ସିକ ପ୍ରକାଶ କୁମାର ବେହେରା ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଫିକ୍ ଉଦିନ୍ , ପ୍ରମୁଖ ଯୋଗ ଦେଇ ଗୋଟିଏ ଗୋଟିଏ ଚାରାଗଛ ରୋପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ପ୍ରସନ୍ନ କୁମାର ବିଶ୍ୱାଳ , ମାନସ ରଂଜନ ପାଢ଼ୀ , ସାମାଜିକ କର୍ମୀ କମଳା କାନ୍ତ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ରାକେଶ କୁମାର ସ୍ୱାଇଁ, ଜଗନ କୁମାର ନାୟକ, ଚନ୍ଦନ ସ୍ୱାଇଁ,କାଂହୁ ରାଉତ,,କ୍ରିଷ୍ଣା ସୁରଞ୍ଜିକା, ଜୋସ୍ନା ରାଣୀ ପ୍ରଧାନ, ଅର୍ଣ୍ଣପୂର୍ଣା ବେହେରା ,ସୋନାଲି ନାଥ ,କାହ୍ନୁ ଚରଣ ରାଉତ , ଯୁବ ସାମ୍ୱାଦିକ ବେଦପ୍ରକାଶ ନାୟକ ଓ ,ଇପ୍ସିତା ବେହେରା ,ଲିଜା ନାଥ ,ଅନୁସୟା ବାଈ ,ଲିଲିପ୍ରଭା ଜେନା ରଞ୍ଜିତା ନାୟକ , ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିବା ସହିତ ଥାନା ପରିଶରରେ ବିଭିନ୍ନ କିସମର ଫଳଫୁଲ ,ଔଷଧୀୟ ଚାରାଗଛ ରୋପଣ କରିଥିଲେ ଶେଷରେ ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।