ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍ଶୀଘ୍ର ହେବ ପର୍ଦ୍ଦାଫାସ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ IG ନୀତି ଶେଖର । ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ । ବ୍ରହ୍ମପୁର ଏସ୍ପି ଏନେଇ ସାମ୍ବାଦିକ ସମ୍ମିଳନୀ ଡାକିବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ IG ନୀତି ଶେଖର ।
ଅନ୍ୟପଟେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତକାଲି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଘଟଣାରେ ତାଙ୍କର ସଂପୃକ୍ତି ଅଛି କି’ ନାହିଁ ସେ ସମ୍ପର୍କରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ପଚରା ଉଚରା କରୁଛି ପୋଲିସ। ପୂର୍ବରୁ ମାମଲାରେ ସୋମବାର ଦୁଇ ଅପରାଧୀଙ୍କୁ ଭୁବେନଶ୍ବରରୁ ଗିରଫ କରିଥିଲା ପୋଲିସ। ଏହା ସହ ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଜଣେ କର୍ପୋରେଟର ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ପୋଲିସ।କୁହାଯାଉଛି ଏହି କର୍ପୋରେଟର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେହପରି ଗତ ଗୁରୁବାର ବିହାରରୁ ସୁପାରି କିଲର ତଥା ସାର୍ପ ସୁଟରକୁ ଗିରଫ କରିଥିଲା ପୋଲିସ।
ସୂଚନାଥାଉକି, ଅକ୍ଟୋବର ୬ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସଙ୍କୁ ବୈକୁଣ୍ଠନଗର ଛକଠାରେ ୨ ଜଣ ଯୁବକ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ତେବେ ପୀତବାସଙ୍କୁ ହତ୍ୟା ଘଟଣାରେ କେବେ ପର୍ଦ୍ଦାଫାଶ ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ? ଏହି ହତ୍ୟାକାଣ୍ଡ ରାଜନୈତିକ କି’ ବ୍ୟବସାୟୀ ତାକୁ ନେଇ ଲାଗି ରହିଛି ସସପେନ୍ସ।