ଖୋଲିବ ରହସ୍ୟ, ଆଇନଜୀବୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ କି ବିଜେଡି ନେତା!

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ । ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର୍ ମଳୟ ବିଷୋୟୀ, ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ମଧ୍ୟ ଗିରଫ ହୋଇଛି ।

ସେପଟେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଆଉ ମାତ୍ର କିଛି ସମୟ ପରେ ପ୍ରେସମିଟ୍‌ କରିବେ ବ୍ରହ୍ମପୁର ଏସ୍‌ପି । ପ୍ରେସମିଟ୍‌ କରି ହତ୍ୟାକାଣ୍ଡ ନେଇ କରିବେ ଖୁଲାସା । ଅନ୍ୟପଟେ ଗିରଫ ପରେ ବ୍ରହ୍ମପୁର କୋର୍ଟ ପରିସରରେ ବିକ୍ରମ ପଣ୍ଡାଙ୍କୁ ଅଣାଯାଇଛି । କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି ।

ସେପଟେ ବିକ୍ରମ ପଣ୍ଡାଙ୍କୁ ଅଟକ ନେଇ ବିଜେଡିର ଜୋରଦାର ପ୍ରତିବାଦ। ବିଜେଡି ପକ୍ଷରୁ ବ୍ରହ୍ମପୁର ଏସ୍‌ପି ଅଫିସ୍‌ ଘେରାଉ ଉଦ୍ୟମ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ।