ସୋନପୁର:- ଦୀର୍ଘ ଦୁଇ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାଗୃହ ଓ ଫରେଷ୍ଟ ସ୍ମାର୍ଟ୍ ପାର୍କ ଠାରେ ରେ ଜିଲ୍ଲା ସ୍ତରୀୟ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାଧ୍ୟ୍ୟମରେ ଜିଲ୍ଲାରେ ଥିବା ଯୋଗ ସଂଗଠନ କୁ ମଜବୁତ ତଥା ଲୋକାଭିମୁଖୀ କରିବା ସକାଶେ ପତଞ୍ଜଳି ଭାରତ ସ୍ୱାଭିମାନ ଓଡ଼ିଶା ପ୍ରଭାରୀ ସୁଧାଂଶୁ ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଥିଲେ । ଐତିହାସିକ ଓ ସଂସ୍କୃତି ସମ୍ପନ ଜିଲ୍ଲାରେ ଯୋଗ, ଯଜ୍ଞ, ବୈଦିକ ଶିକ୍ଷାର ବିକାଶ ଓ ଗୋ ସେବା ଉପରେ ଗୁରୁତ୍ଵ ଦେଲେ ଭାରତ ବିଶ୍ୱ ଗୁରୁ ହୋଇ ପାରିବ ବୋଲି କହିଥିଲେ ସୁଧାଂଶୁ ଅଧିକାରୀ । ସେ ଅହୁରି କହିଥିଲେ ଯେ ଯୋଗ ହେଉଛି କର୍ମର କୁଶଳତା, ଯୋଗ ପ୍ରାଣାୟମ ଦ୍ବାରା ଦେହ ଓ ମନ ସୁସ୍ଥ ରହେ ଓ ସବୁ କାର୍ଯ୍ୟ କରିବାର ସ୍ପୃହା ମି

ଳିଥାଏ ।
ଏହି କାର୍ଯ୍ୟକ୍ରମରେ ମହିଳା ରାଜ୍ୟ ପ୍ରଭାରୀ ଜେ.ଗିରିଜା ଦେବୀ, କାର୍ଯ୍ୟକାରି ସଦସ୍ୟ ଦେବାଶିଷ ପୁରୋହିତ, ପତଞ୍ଜଳି ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ ପଣ୍ଡା, ପତଞ୍ଜଳି ଯୋଗ ସମିତି ମୁଖ୍ୟ ସତ୍ୟବାନ ମିଶ୍ର, ମହିଳା ସମିତି ପ୍ରଭାରୀ ସେବତୀ ପୁଟେଲ ଯୋଗ ଦେଇଥିଲେ । ଯୋଗ ଗୁରୁ ମନୋଜ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ସଂଯୋଜକ ରବୀନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
