ପାରାଦିପ ବନ୍ଦରର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଚୁକ୍ତି ସ୍ବାକ୍ଷର

(ପାରାଦିପ / ପ୍ରଶାନ୍ତ କୁମାର ସ୍ବାଇଁ) : ପାରାଦିପ ବନ୍ଦର ଆଉ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ବାକ୍ଷର କରାଯାଇଛି ।ଏହି ଚୁକ୍ତି ଅନୁସାରେ ପାରାଦିପରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ ।ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ପାରାଦିପ ବନ୍ଦରକୁ ଆସୁଥିବା ବିଦେଶୀ ଜାହାଜର ନାବିକ ଓ କର୍ମଚାରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏଥି ସହିତ ସେମାନଙ୍କର ଖାଦ୍ୟ ନମୂନା ଯାଞ୍ଚ କରିବା ସହିତ ବର୍ୟ୍ୟବସ୍ତୁ ପରିଚାଳନା ପାଁଇ ଏକ ସ୍ବତନ୍ତ୍ର୍ର ଡାକ୍ତରୀ ଦଳ କାର୍ୟ୍ୟ କରିବ ।ଏଥି ସହିତ ବିବିନ୍ନ କାର୍ୟ୍ୟକ୍ରମ ମଧ୍ୟ ରହିଛି ଯାହା କି ପୂର୍ବରୁ ପାରାଦିପ ବନ୍ଦର ପକ୍ଷରୁ ହୋଇ ଆସୁଥିଲା ।ପୂର୍ବରୁ ପ୍ରାୟ ସମସ୍ତ ବୃହତ ବନ୍ଦରରେ ଏହିଭଳି ସ୍ବତନ୍ତ୍ର ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ବିଳମ୍ବରେ ପାରାଦିପ ବନ୍ଦରରେ ଏହା ଆଜିଠାରୁ ଶୁଭାରମ୍ଭ ହୋଇଛି ।ଏହି ପାରଦିପ ବନ୍ଦର ପାଁଇ ଏକ ଐତିହାସିକ ଦିନ ବୋଲି ବନ୍ଦର ଅଧକ୍ଷ ପ୍ରକାଶ କରିଛନ୍ତି ।ଏହି ୟୁନିଟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣେ ହେଲଥ ଅଫିସର ନିଯୁକ୍ତି ହେବେ ।ବାହାରୁ ଯେଁଉ ନାବିକ ତଥା କର୍ମଚାରୀ ମାନେ ଆସୁଛନ୍ତି ଯଦି ସେମାନଙ୍କ ମଧ୍ୟରୁ କେଁଉଠି ସନ୍ଦେହ ଥାଏ,ସେହି ନାବିକ ତଥା କର୍ମଚାରୀ ମାନଙ୍କୁ ସ୍ବତନ୍ତ୍ର ଭାବେ ରଖାଯିବ ।ଏଥି ସହିତ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସଠିକ ଔଷଧ ଖାଉଛନ୍ତି କି ନାଁହି ସେ ବିଷୟରେ ଏହି ୟୁନିଟ କାମ କରିବ ।ଏଥି ସହିତ ସେମାନଙ୍କର ଖାଦ୍ୟ ଓ ବର୍ୟ୍ୟବସ୍ତୁ ପରିଚାଳନା କିଭଳି କରୁଛନ୍ତି ସେ ବିଷୟରେ ଏହି ୟୁନିଟ କାମ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।ଏଥି ସିହତ କରୋନା ଭାଇରସ ପାଁଇ ଭାରତ ସରକାରଙ୍କ ଏହି ୟୁନିଟ ଗୁରୁତ୍ବର ସହିତ କାମ କରୁଛି ବୋଲି କୁହାଯାଇଛି ।