ଭୁବନେଶ୍ୱର: ପାରାକୁ ନିଆଗଲା ଫରେନ୍ସି ଲ୍ୟାବ । କ୍ୟାମେରା, ଚିପ୍ ଏବଂ ପାରା ଦେହରେ ଲେଖା ଯାଇଥିବା ଚିଠି କରାଯିବ ଅନୁଧ୍ୟାନ । ପାଦ୍ୱୀପରୁ ଧରାଯାଇଥିବା ସନ୍ଦିଗ୍ଧ ପାରାକୁ କଟକ ଅଣାଯାଇ ପରେ ଭୁବନେଶ୍ୱର ଫରେନ୍ସି ଲ୍ୟାବକୁ ନିଆଯାଇଛି । ଯାଞ୍ଚ ପାଇଁ କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର ଏକ ଟିମ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପାରା ଶରିରରେ ଲାଗିଥିବା ଚିପ, କ୍ୟାମେରା ଓ ଚିଠିକୁ ଜବତ କରିବା ପରେ ପାରାଟିକୁ ପିଜିଅନ ସର୍ଭିସକୁ ହସ୍ତାନ୍ତର କରାଯିବ । ପାରାର ଡେଣାରେ ଲେଖାଯାଇଥିବା ଅକ୍ଷରକୁ ଯାଞ୍ଚ କରାଯିବା ସହିତ ସ୍ପାଏ କ୍ୟାମେରା ଓ ଚିପ୍କୁ ମଧ୍ୟ ଫରେନ୍ସି ଲ୍ୟାବରେ ଅନୁଧ୍ୟାନ କରାଯିବ । ପାରାକୁ ପ୍ରଥମେ ଡଗ୍ ଆଣ୍ଡ ପିଜନ ସ୍କ୍ୱାଡକୁ ହସ୍ତାନ୍ତର କାରଯିବା ସହ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବ ପରେ ପାରା କେଉଁ ସ୍ଥାନ ଦେଇ ଉଡିଛି ଏବଂ କ୍ୟାମେରା ଚିପରେ କ’ଣ ରହିଛି ସେ ନେଇ ଯାଞ୍ଚ କରା ଯିବ ।