ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ଏକ୍ସପାରି ବିସ୍କୁଟ ପଠାଇଲା ପାକିସ୍ତାନ…

ସାହାର୍ଯ୍ୟ କରି ବାଃ ବାଃ ନେବା ନାଁରେ ପାକିସ୍ତାନର ଘୁଣ୍ଣ୍ୟ କାମ । ବିପଦ ବେଳେ ଶ୍ରୀଲଙ୍କା ସାହାର୍ଯ୍ୟ କରିବାକୁ ଯାଇ ଦେଲା ଏକ୍ସପାରି ହୋଇଯାଇଥିବା ବିସ୍କୁଟ । ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ପଠାଯାଇଥିବା ରିଲିଫ୍ ସାମଗ୍ରୀର ଚିତ୍ର ସେୟାର କରିବା ପରେ ଶ୍ରୀଲଙ୍କାରେ ଥିବା ପାକିସ୍ତାନ ହାଇକମିଶନକୁ ଅନଲାଇନରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। X ରେ ଏକ ପୋଷ୍ଟରେ, ହାଇକମିଶନ ପ୍ୟାକେଜ୍ ହୋଇଥିବା ସାମଗ୍ରୀର ଗଦା ଦେଖାଉଥିବା ଫଟୋ ଅପଲୋଡ୍ କରି ଉଲ୍ଲେଖ କରିଛି:”ଶ୍ରୀଲଙ୍କାରେ ସମ୍ପ୍ରତି ବନ୍ୟା ଦ୍ୱାରା ପ୍ରଭାବିତ ଆମର ଭାଇଭଉଣୀମାନଙ୍କୁ ସହାୟତା କରିବା ପାଇଁ ପାକିସ୍ତାନରୁ ରିଲିଫ୍ ପ୍ୟାକେଜଗୁଡ଼ିକ ସଫଳତାର ସହ ବିତରଣ କରାଯାଇଛି, ଯାହା ଆମର ଅଟଳ ଏକତାକୁ ସୂଚିତ କରେ।”
ପାକିସ୍ତାନ ଦେଇଥିବା ବିସ୍କଟ ଦେଖି ଶ୍ରୀଲଙ୍କା ଜାଣିପାରିଲା ଯେ ତାହା ଏକ୍ସପାରୀ ସାମଗ୍ରୀ ବୋଲି । ତା’ପରେ ପାକିସ୍ତାନର ସମାଲୋଚନା ଆରମ୍ଭ ହେଲା, ଯାହା ଅନେକଙ୍କୁ ଭାବିବାକୁ ବାଧ୍ୟ କଲା ଯେ ସେମାନେ ସାହାଯ୍ୟ ବଦଳରେ ବିଷ ପଠାଇଛନ୍ତି କି?


ବିଶ୍ୱର ବିଭିନ୍ନ ଦେଶ ଯେଉଁଠାରେ ସମ୍ଭବ ରିଲିଫ୍ ପଠାଉଛନ୍ତି। ଭାରତ ନୌସେନାଠାରୁ ଆରମ୍ଭ କରି ବାୟୁସେନା ପର୍ୟ୍ୟନ୍ତ ସବୁକିଛି ନିୟୋଜିତ କରିଛି। ଯେଉଁମାନେ ନିଜେ ଖାଦ୍ୟ କିଣିବାକୁ ସଂଘର୍ଷ କରୁଛନ୍ତି ସେମାନେ ଅନ୍ୟମାନଙ୍କ ପାଇଁ ଏକ୍ସପାରି ହୋଇଥିବା ଖାଦ୍ୟ ବାଛି ହିଁ ପଠାଇବେ ।
ଚିତ୍ରରେ କ’ଣ ଅଛି: ପାକିସ୍ତାନ ହାଇ କମିଶନ ନଭେମ୍ବର ୩୦ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ଦୁଇଟି ଫଟୋ ପୋଷ୍ଟ କରିଥିଲେ । ଗୋଟିଏ ଫଟୋରେ ପାଣି ବୋତଲ, ବିସ୍କୁଟ ଏବଂ ପାଉଡର କ୍ଷୀର ପ୍ୟାକେଟ୍ ଦେଖାଯାଉଛି।
ଦ୍ୱିତୀୟ ଫଟୋରେ ଲାଲ ବର୍ଡର ସହିତ ହଳଦିଆ ପ୍ୟାକେଟ୍ ଦେଖାଯାଉଛି। ଯଦି ଆପଣ ଏହି ହଳଦିଆ ପ୍ୟାକେଟ୍ ଗୁଡ଼ିକୁ ଭଲ ଭାବରେ ଦେଖନ୍ତି, ତେବେ ତଳ ପାର୍ଶ୍ୱରେ ଲେଖା EXP୧୦/୨୦୨୪ ଲେଖାଯାଇଛି। ସାଧାରଣ ଲୋକ ସାଧାରଣତଃ ଏହି ସଂକ୍ଷିପ୍ତ ଶବ୍ଦ, EXP ବୁଝନ୍ତି, କିନ୍ତୁ ପାକିସ୍ତାନରେ ଏହାର ଏକ ଭିନ୍ନ ଅର୍ଥ ହୋଇପାରେ। ସୋସିଆଲ ମିଡିଆରେ ଲୋକମାନେ ପାକିସ୍ତାନ ହାଇ କମିଶନର ପୋଷ୍ଟ ଉପରେ ବିଭିନ୍ନ ପ୍ରକାରରେ ପ୍ରତିକ୍ରିୟା ଦେଉଛନ୍ତି।