ବ୍ୟୁରୋ : ଭୋପାଳରେ ରାତାରାତି ବଦଳିଗଲା ଶ୍ରମିକଙ୍କ ଭାଗ୍ୟ । ଜଣେ ଶ୍ରମିକଙ୍କ କ୍ଷେତ୍ରରେ ଏପରି ହୋଇଛି । ସେ ହଠାତ୍ ହୋଇଗଲେ ଲକ୍ଷପତି । ମଧ୍ୟପ୍ରଦେଶର ହୀରା ନଗରୀ ନାମରେ ପରିଚିତ ଜିଲ୍ଲାରେ ରୁହନ୍ତି ପ୍ରତାପ ସିଂ ସେ ଜଣେ ଶ୍ରମିକ ତାଙ୍କ ନାଁ ଯାଦବ ଗତ ବୁଧବାର ଦିନ ପ୍ରତାପ କୃଷ୍ଣ କଲ୍ୟାଣପୁର ଉଥଲି ଖଣିରେ କାମ କରୁଥିଲେ ।
ପ୍ରତାପ ଖଣିରେ କାମ କରୁଥିବା ସମୟରେ ଚମକୁଥିବା ହୀରା ପାଇଥିଲେ । ଯାହାକି ୧୧. ୮୮ କ୍ୟାରେଟର ଥିଲା । ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି । ସେ ଏହି ହୀରାକୁ ଜିଲ୍ଲା ମୁଖ୍ୟାଳୟରେ ଜମା କରିଛନ୍ତି । ହୀରାକୁ ପ୍ରଶାସନ ନିଲାମ କରିବ । ଏବଂ ଏଥିରୁ ମିଳିଥିବା ଲାଭର ୧୨ ପ୍ରତିଶତ ପ୍ରଶାସନ ରଖିବ ଏବଂ ୧ ପ୍ରତିଶତ ଟିକସ କଟିବ । ବାକି ସବୁ ଅର୍ଥ ପ୍ରତାପଙ୍କ ଆକାଉଣ୍ଟରେ ଜମା କରାଯିବ ।