ଢ଼େଙ୍କାନାଳ:- ସାଧାରଣ ଲୋକ ପୋଲିସ ଥାନାକୁ ଯିବାକୁ ଭୟ କରୁଥିବା,ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବାରେ ବ୍ୟାଘାତ ସୃଷ୍ଟି ହୋଇ ଆସୁଥିବା ବେଳେ ସାଧାରଣ କିଭଳି ସଚେତନ ହେବେ ସେ ନେଇ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ନୁଆବଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆରକ୍ଷୀ ଉପ ଅଧିକ୍ଷକ ସତ୍ୟ କୁମାର ନନ୍ଦଙ୍କ ନିର୍ଦ୍ଧେଶ କ୍ରମେ ଥାନା ଅଧିକାରୀଣୀ ଚାରୁଲତା ବେହେରାଙ୍କ ତତ୍ତ୍ଵାବଧାନରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକେ ଭୟ ନ କରି ବିଭିନ୍ନ ହିଂସାର ଶିକାର, ଘରୋଇ ଉତ୍ପୀଡନା, ବିଭିନ୍ନ ପ୍ରକାର ବେଆଇନ୍ କାର୍ଯ୍ୟ ନେଇ ହଇରାଣ, ଅସାମାଜିକ କାର୍ଯ୍ୟ କଳାପର ଦମନ କରିବା ନିମନ୍ତେ ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଉପଯୁକ୍ତ ସୁ ସମ୍ପର୍କ କିଭଳି ରହିବ ଏବଂ ସାଧାରଣ ଲୋକ ମାନଙ୍କୁ କିଭଳି ଭାବରେ ଏହି ସୁରକ୍ଷା ଯୋଗାଇ ଦିଆଯିବ ଏହା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଥାନା ଉପ ନିରୀକ୍ଷକ ମାନିନୀ ପ୍ରଧାନ, ଖଗେଶ୍ବର ସେଠି ସହକାରୀ ଉପ ନିରୀକ୍ଷକ ଯଶୋବନ୍ତ ପ୍ରଧାନ, ସରପଞ୍ଚ ମାନସ ଦେହୁରୀ, ୱାର୍ଡ ମେମ୍ବର ମନ୍ଦାକିନୀ ପଲେଇ, ଗ୍ରାମ ସଭାପତି ଧୋଳେଶ୍ୱର ସାହୁଙ୍କ ସମେତ ଅନେକ ବୁଦ୍ଧିଜୀବି, ବରିଷ୍ଠ ନାଗରିକ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ।