(ରିପୋଟର୍ସ ଟୁଡ/ଭୁବନେଶ୍ୱର): ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ ମନା । ଶୁଣାଣି ସମୟରେ କଳା କୋର୍ଟ ଓ ଗାଉନ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି । ତେବେ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆନଜୀବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି । ଗତକାଲି ସୁପ୍ରିମକୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ ନିର୍ଦ୍ଦେଶ ଜାରି ହୋଇଛି । କଳା କୋର୍ଟ ଓ ଜ୍ୟାକେଟ ପିନ୍ଧିବା ଅନୁଚିତ ବୋଲି ପ୍ରଧାନ ବିଚାରପତି କହିଥିଲେ । କଳା କୋର୍ଟ , ଗାଉନ ପରିବର୍ତ୍ତେ ଧଳା ସାର୍ଟ, ସାଲୱାର କମିଜ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହିଳା ଓକିଲଙ୍କୁ ଧଳା ଶାଢୀ ସହ ସାଧା ନେକ ବ୍ୟାଣ୍ଡ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି । ପରବର୍ତ୍ତୀ ନୋଟିସ ଯାଏ ଏହି ନିୟମ ପାଳନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି ।