ଏଥର ହାଇକୋର୍ଟ ବୁଲିପାରିବେ ସାଧରଣ ଲୋକ

କଟକ: ଏଥର ହାଇକୋର୍ଟ ବୁଲିପାରିବେ ସାଧରଣ ଲୋକ । ସାଧାରଣ ଲୋକ ହାଇକୋର୍ଟ ବୁଲି ଦେଖିବାର ସୁଯୋଗ ପାଇପାରିବେ । ହାଇକୋର୍ଟ ଭିତରକୁ ସାଧାରଣ ଜନତାଙ୍କ ପ୍ରବେଶ ବାରଣ ରହିଥିବା ବେଳେ ଏଥର କିନ୍ତୁ ପ୍ରତ୍ୟେକ ଶନିବାର ସରକାରୀ ଛୁଟି ଦିନ ଲୋକମାନେ ହାଇକୋର୍ଟ ବୁଲିପାରିବେ । ପ୍ରତ୍ୟେକ ଶନିବାରରେ ଦୁଇଟି ସିପଟରେ ଲୋକଙ୍କୁ ହାଇକୋର୍ଟରେ ବୁଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।
ପ୍ରତି ସିପଟରେ ୪୦ ଜଣ ଲୋକ ଭିତରକୁ ଯାଇ ପାରିବେ। ସକାଳ ୧୦ ରୁ ସାଢ଼େ ୧୧ ପ୍ରଥମ ସିପଟ ଓ ସାଢ଼େ ୧୧ ରୁ ଦିନ ୧ଟା ଯାଏ ଦ୍ୱିତୀୟ ସିପଟରେ ଲୋକମାନେ ଭିତରକୁ ଯିବେ। ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି। ହାଇକୋର୍ଟ ପରିସରରେ ଥିବା ଭିଜିଟର ପାସ କାଉଣ୍ଟରରେ ଏଥିପାଇଁ ନିଜର ପରିଚୟ ପତ୍ର ଦେଖାଇ ରେଜିଷ୍ଟ୍ରେସନ କରି ହେବ। ରେଜିଷ୍ଟ୍ରେସନ ସମୟ ଓ ଭିତରକୁ ବୁଲିବାକୁ ଗଲା ବେଳେ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି।