ଲୋକସଭାରେ ଆଗତ ହେଲା ଅନଲାଇନ ଗେମିଂ ବିଲ୍ -୨୦୨୫

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଲୋକସଭାରେ ଆଗତ ହେଲା ଅନଲାଇନ ଗେମିଂ ବିଲ୍ -୨୦୨୫ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ବିଲ୍ ଆଗତ କରିଛନ୍ତି । କାରଣ ଗେମ୍ ରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଅନଲାଇନ୍ ଗେମିଂ ବିଲ୍ ଆଇନରେ ପରିଣତ ହେଲେ ପ୍ରେତ୍ୟକ ଅନଲାଇନ୍ ଗେମ୍ କୁ ପରିଚାଳିତ କରିବେ କେନ୍ଦ୍ର ସରକାର । ଗତକାଲି କ୍ୟାବିନେଟ୍ ଏହି ବିଲ୍ କୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ଅନଲାଇନ ମନି ଗେମିଂ , ବିଜ୍ଞାପନ ,ଖେଳିବା ପାଇଁ ପ୍ରବର୍ତ୍ତାଇଲେ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡାଦେଶ କରିବାକୁ ପ୍ରାବଧନ ରହିଛି । ବିଗତ ଦିନରେ, ଅନଲାଇନ୍ ଗେମ୍ ରେ ପଡି ଯୁବପିଢି ନିଜ ଜୀବନ ହାରିଛନ୍ତି ତ ଆଉ କିଏ ଲକ୍ଷ ଲକ୍ଷ ଟଙ୍କା ହାରିଛନ୍ତି ।ଆଉ ଏବେ ଏହି ବିଲ୍ ପାସ୍ ହେଲେ ଅନଲାଇନ୍ ଗେଗ୍ କବଳରୁ ଛୋଟ ପିଲାଙ୍କୁ ବଞ୍ଚାଯାଇ ପାରିବ ।