ପାରାଦୀପ : ପରାଦୀପରେ IOCL ଅଣ୍ଡରଗ୍ରାଉଣ୍ଡ ପାଇପଲାଇନରୁ ତେଲ ଲିକ । ଅଠରବାଙ୍କୀରୁ ନେହେରୁ ବଙ୍ଗଳା ରାସ୍ତାକଡ ପାଇପଲାଇନରୁ ତେଲ ଲିକ୍ ହୋଇ ହଜାର ହଜାର ଲିଟର ଅଶୋଧିତ ତୈଳ ନଷ୍ଟ ହୋଇଯାଇଛି । ହେନ୍ତାଳବଣ ଓ କାଉଡିଆ ନଦୀ ଜଳରେ ଅଶୋଧିତ ତୈଳ ମିଶିଛି । ତେବେ ନିକଟରେ ଏକ ଜାରକିନ୍ ମିଳିଥିବାରୁ ପାଇପ କଣା କରି ତେଲ ଚୋରି ସନ୍ଦେହ କରାଯାଉଛି ।