ନୂଆଦିଲ୍ଲୀ: ଆଧୁନିତାର ଇତିହାସରେ ଭାରତ ଆଉ ଏକ ଇତିହାସ ରଚିଛି । ଜଳ, ସ୍ଥଳ ଓ ଆକାଶ ପରେ ପ୍ରଥମ ଥର ଲାଗି ଟ୍ରେନରୁ ଲଞ୍ଚ ହେଲା ଅଗ୍ନି ମିସାଇଲ୍ । ଡିଆରଡିଓ ପକ୍ଷରୁ ଏହି ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ହୋଇଥିବା ଅଗ୍ନି ପ୍ରାଇମ୍ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି ୨ହଜାର କିଲୋମିଟର । ଏହାର ଅର୍ଥ ହେଉଛି ଭାରତକୁ ଆଉ ଶ୍ରୀହରିକୋଟା ଭଳି ଲଞ୍ଚର୍ ମିସାଇଲ୍ ଲଞ୍ଚର ଆବଶ୍ୟକ ହେବ ନାହିଁ । ଏହି ମିସାଇଲକୁ ଚଳନ୍ତା ଟ୍ରେନରେ ଯେକୌଣସି ସ୍ଥାନରୁ ଲଞ୍ଚ କରାଯାଇପାରିବ । ଅଗ୍ନି ପ୍ରାଇମ୍ ମିସାଇଲ୍ ଏକ ପରବର୍ତ୍ତୀ ପୀଢିର ମିସାଇଲ୍ । ଡିଆରଡିଓ ଏହାକୁ ଓଡ଼ିଶାର ଚାନ୍ଦିପୁରରୁ ଏକ ରେଳ ମୋବାଇଲ୍ ଲଞ୍ଚରରୁ ଲଞ୍ଚ କରିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଭାରତ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରକୁ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ସଫଳତାର ସହ ପରୀକ୍ଷଣ କରିଛି । ଏହି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରାଇକ୍ ରେଞ୍ଜ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ରହିଛି । ଏହି କ୍ଷେପଣାସ୍ତ୍ରଟି ଏକ ବଡ଼, ଦୃଢ଼ କ୍ୟାନିଷ୍ଟରରେ ରଖାଯାଇଛି ।