ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୂବନେଶ୍ଵର: ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପଦଳିବ ପାଗ ଓ କମିବ ବର୍ଷାର ପରିମାଣ । ତେବେ ସୋମବାର ବର୍ଷାର ବିସ୍ତୃତି ସାମାନ୍ୟ ହ୍ରାସ ପାଇବ, ମାତ୍ର ମଙ୍ଗଳବାର ଓ ବୁଧବାର ବର୍ଷାର ବିସ୍ତୃତି ବଢ଼ିବ। ଉକ୍ତ ୨ ଦିନ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଗୁରବାରଠାରୁ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।