ଆସନ୍ତା ମାସରୁ ଓଡ଼ିଶାରେ ଆରମ୍ଭ ହେବ ସ୍ପେଶାଲ୍‌ ଇଣ୍ଟେନସିଭ୍‌ ରିଭିଜନ୍‌

ଭୂବନେଶ୍ଵର: ଆସନ୍ତା ମାସରୁ ଓଡ଼ିଶାରେ SIR ଆରମ୍ଭ ହେବ । ବିହାରରେ ଏସଆଇଆର କାର୍ଯ୍ୟକାରୀକୁ ନେଇ ବିବାଦ ଲାଗି ରହିଥିବାବେଳେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଦୀର୍ଘ୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR (ସ୍ପେଶାଲ୍‌ ଇଣ୍ଟେନସିଭ୍‌ ରିଭିଜନ୍‌) । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ । ଜାନୁଆରୀ ୭ରେ ବାହାରିବ ଫାଇନାଲ୍‌ ଭେରିଫିକେସନ୍‌ । ତେବେ ଭୋଟ୍ ଚୋରୀକୁ ନେଇ କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି । ବିଜେଡି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି ବୋଲି କହିଛନ୍ତି CEO । ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଭାଙ୍ଗନ୍ତୁ ନାହିଁ । ଲୋକଙ୍କ ଆସ୍ଥାକୁ ଭାଙ୍ଗନ୍ତୁ ନାହିଁ ବୋଲି କହିଲେ CEO । ରାଜ୍ୟରେ ବୁଥ୍‌ ସଂଖ୍ୟା ୩୮ ହଜାରରୁ ୪୫ ହଜାରକୁ ବଢ଼ିବ ବୋଲି ସୂଚନା ମିଳିଛି ।

SIR କ’ଣ?

SIRର ଅର୍ଥ ହେଉଛି ନିର୍ବାଚନ କମିଶନର କାମ ଭୋଟର ତାଲିକାକୁ ପୁଣି ଥରେ ଅପଡେଟ କରିବା। ଏଥିରେ, ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ବା କାହାର ଅଞ୍ଚଳ ପରିବର୍ତ୍ତନ ହୁଏ ତେବେ ଏପରି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଏ। ସେହିପରି ଯଦି କାହାକୁ ୧୮ ବର୍ଷ ହୋଇଯାଏ, ତେବେ ତାଙ୍କ ନାମ ଭୋଟର ତାଲିକାରେ ଯୋଡା ଯାଏ। ଯଦି କୌଣସି ବ୍ୟକ୍ତିଙ୍କ ନାମ ପୂର୍ବରୁ ଭୋଟର ତାଲିକାରେ ଅଛି, ତେବେ ତାଙ୍କୁ କୌଣସି ପ୍ରକାରର ଡକ୍ୟୁମେଣ୍ଟ ଦେଖାଇବାକୁ ପଡ଼ିବ ନାହିଁ, କିନ୍ତୁ ଯଦି କାହାର ନାମ ବାଦ ଦିଆଯାଏ, ତେବେ ସେ ନିର୍ବାଚନ କମିଶନ ଦ୍ୱାରା ପ୍ରକାଶିତ ତାଲିକା ଅନୁସାରେ ସେହି ଡକ୍ୟୁମେଣ୍ଟ ଦେଖାଇ ନିଜ ନାମ ଯୋଡିପାରିବେ।