ସ୍ଥଗିତ ହେଲା ଓଡିଶା ପୋଲିସ ନିଯୁକ୍ତି ପରୀକ୍ଷା

0

ଭୁବନେଶ୍ବର: ସ୍ଥଗିତ ହେଲା ଓଡିଶା ପୋଲିସ ନିଯୁକ୍ତି ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ମାସ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ବନ୍ଦ ରଖିଛି ଙଚଜଈ  ।  ଓଡ଼ିଶା ପୋଲିସର ଗ୍ରୁପ-‘ବି’ ଏକ୍ସଜାମକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି ।  ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ରିଲିଜ୍ କରି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ , ଓଡ଼ିଶା ପୋଲିସର ଗ୍ରୁପ୍ ‘ବି’ ପଦବି ପାଇଁ ମିଳିତ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରିଛନ୍ତି । ତେବେ ପୋଲିସ ଏସଆଇ, ଆସିଷ୍ଟାଣ୍ଟ ଜେଲର ଏବଂ ଫାୟାର  ସର୍ଭିସର ଷ୍ଟେସନ ଅଫିସର୍‌ ନିଯୁକ୍ତି ପରୀକ୍ଷା ପରିଚାଳନା କରିବା ନେଇ ଆଇଟିଆଇ ଲିମିଟେଡ୍‌ ଏକ ପିଏସୟୁ ସଂସ୍ଥାକୁ ଦାୟିତ୍ୱ  ଦିଆଯାଇଥିଲା । ମାତ୍ର ଏହି ସଂସ୍ଥା ରିଚ୍‌ମାଇଣ୍ଡ  ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ସବ୍ କଣ୍ଟ୍ରାକ୍ଟ ଦେଇଥିଲା । ସବ୍ କଣ୍ଟ୍ରାକ୍ଟ ନେଇଥିବା ରିଚମାଇଣ୍ଡ ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌  ବିରୋଧରେ ପରୀକ୍ଷା ପରିଚାଳନାରେ ଦୁର୍ନୀତି ବାବଦରେ ଯୁବକଂଗ୍ରେସ ଅଭିଯୋଗ ଆଣିବା  ସହିତ ପୂର୍ବର ବିଭିନ୍ନ ପ୍ରମାଣ ଦେଖାଇଥିଲା ।  ଯାହାକୁ ନେଇ ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛି OPRB ।