ଭୁବନେଶ୍ଵର: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି । ମୌସୁମୀ ଅଧିବେଶନରେ ରହିଥିଲା ୬ଟି କାର୍ଯ୍ୟ ଦିବସ । ୨ଟି ବିଲ୍ ସହ GST ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୫ ପାରିତ । ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ୨୦୨୫ ପାରିତ । GST ସଂଶୋଧନ ପାଇଁ ପିଏମ୍ଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ ପାରିତ । ପୂଜା ପାଇଁ ଦିନକ ପୂର୍ବରୁ ଅଧିବେଶନ ସାରିବାକୁ ଆସିଥିଲା ପ୍ରସ୍ତାବ ।

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଗତ ୧୬ ତାରିଖ ଦିନ ଆରମ୍ଭ ହୋଇଥିଲା । ଏହି ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ଫଳରେ ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି । ୬ଟି କାର୍ଯ୍ୟଦିବସ ପରେ ଏହାକୁ ମୁଲତବୀ ଘୋଷଣା କରାଯାଇଛି । ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି।

ଗୃହ କାର୍ଯ୍ୟ ସମୟରେ ବିରୋଧୀ ଦଳର ବିଧାୟକମାନେ ଶାସକ ଦଳକୁ ଏକାଧିକ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଶାସକ ଦଳ ଏହାର ଉତ୍ତର ଦେଇଥିଲେ। ଷଷ୍ଠ ଦିନରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ୨ଟି ବିଲ୍ ସହ GST ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଗୃହରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୫ ଓ ଓଡ଼ିଶା ଦ୍ରବ୍ୟ ଓ ସେବା କର(ସଂଶୋଧନ)ବିଲ ୨୦୨୫ ପାରିତ ହୋଇଛି ।