ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ କମିଟି ଗଠନ…

ଏବର୍ଷ ହେବାକୁ ଥିବା ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ରାଜ୍ୟ ସରକାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ରହିଛନ୍ତି ବିଭିନ୍ନ ବିଭାଗର ଅନ୍ୟ ୪ ଜଣ ମନ୍ତ୍ରୀ।  ଏହି ଉଚ୍ଚସ୍ତରୀୟ କମିଟିରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସଦସ୍ୟ ରହିଛନ୍ତି। ନବ ଗଠିତ ଏହି କମିଟିର ଆବାହକ ରହିବେ ଆଇନ ବିଭାଗ ପ୍ରମୁଖ ସଚିବ।

ଏ ସଂପର୍କରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟି ରଥଯାତ୍ରାର ସମସ୍ତ ପ୍ରସ୍ତୁତି ଏବଂ କାର‌୍ୟ୍ୟକ୍ରମର ତଦାରଖ ସହ ଆବଶ୍ୟକ ସ୍ଥଳେ ପରାମର୍ଶ ଦେବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ସରକାରୀ ସ୍ତରରେ ରଥଯାତ୍ରାର ପ୍ରତିଟି ପ୍ରକ୍ରିୟା ଉପରେ କମିଟି ନଜର ରଖିବା ସହିତ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ ।