କେନ୍ଦ୍ରାପଡ଼ା : ଚନ୍ଦ୍ରାୟନ – ୩ ଅଭିଯାନରେ ସାମିଲ ଥିବା ISROରେ କାର୍ଯ୍ୟରତ ଟେକନିସିଆନ ଶୁଭାଶିଷ ନାୟକଙ୍କ ପିତା ମଳୟ ନାୟକ ଓ ମାତା ନିର୍ମଳା ନାୟକଙ୍କୁ ବିଜେପି (BJP) ପକ୍ଷରୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି |
ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ସୁରେନ୍ଦ୍ରନାଥ ମଲ୍ଲିକ, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ସେଠୀ, ବିଜେପି ନେତୃମଣ୍ଡଳୀ ତାପସ ରଞ୍ଜନ ନାୟକ, ଜିତେନ୍ଦ୍ର ପଣ୍ଡା, ବିଦ୍ୟୁତ ଭୂଷଣ ମହାନ୍ତି, ଧୀରେନ୍ଦ୍ର ଶତପଥୀ, ଦୀପ୍ତିକାନ୍ତ ସାହୁ, ସୁବ୍ରତ ଜେନା, ସତ୍ୟବ୍ରତ ପରିଡ଼ା, ପ୍ରକାଶ ଘଡେ଼ଇ, ତ୍ରିଲୋଚନ ନାୟକ, ବାପୁଜୀ ବେହେରା, ଅକ୍ଷୟ ନାୟକ, ଗୁରୁଚରଣ ଜେନା, କୃପାସିନ୍ଧୁ ପ୍ରଧାନ ପ୍ରମୁଖ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ର ମୁକୁନ୍ଦପୁର ଗାଁସ୍ଥିତ ସୁଭାଶିଷଙ୍କ ବାସଭବନକୁ ଯାଇଥିଲେ |
ଉଭୟ ପିତାମାତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିବା ସହ ସେମାନଙ୍କୁ ମିଠା ଖୁଆଇଥିଲେ ବିଜେପି କାର୍ଯ୍ୟକର୍ତ୍ତା | କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଭାଶିଷ ନାୟକଙ୍କ ପାଇଁ ଦେଇଥିବା ଶୁଭେଚ୍ଛା ବାର୍ତ୍ତା ଓ ମହାପ୍ରଭୁଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିବା ବିଷୟରେ ତେଜେଶ୍ୱର ପରିଡ଼ା ତାଙ୍କ ବାପା ମାଙ୍କୁ ଜଣାଇଥିଲେ | ସୁଭାଶିଷ ଆମ ରାଜ୍ୟ ଓ ଦେଶ ପାଇଁ ଗର୍ବ ଏବଂ ପରିବାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏକାଗ୍ରତା ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଏହି ସ୍ଥାନରେ ପହଞ୍ଚିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ତାଙ୍କ ପରିବାରଙ୍କୁ ତେଜେଶ୍ୱର ଜଣାଇଥିଲେ | ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା, ପାଟକୁରା ନିର୍ବାଚନ ମଣ୍ଡଳୀ ଓ ଡେରାବିଶ ବ୍ଲକ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ସୁଭାଶିଷଙ୍କ ପାଇଁ ଖୁସିର ଲହରି ଖେଳି ଯାଇଛି |