ଏଣିକି ୨୪ ଘଣ୍ଟିଆ ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା

ଏଣିକି ୨୪ ଘଣ୍ଟିଆ ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା । ଜମିଜମା ବାବଦ ସେବା ପାଇଁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି । ହ୍ବାଟ୍‌ସ ଆପ୍‌ରେ ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । ଦୁର୍ନୀତି ବନ୍ଦ ସହ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି। ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ । କାମ ନହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ବାଟ୍‌ସ ଆପ୍‌ରେ ଅଭିଯୋଗ କରିପାରିବେ । ତେବେ ଆସନ୍ତାକାଲି ହ୍ବାଟ୍‌ସ ଆପ୍‌ ସେବାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ ।