ଭୁବନେଶ୍ୱର: ବାତ୍ୟା ସୂଚନା ଦେଇନୁ କହିଲେ ଆଇ ଏମ ଡି ଡିଜି । ବାତ୍ୟ ଚର୍ଚ୍ଚା ସଂପର୍କରେ ଆଇ ଏମ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସୀ ବାତ୍ୟା ସୂଚନା ନାହିଁ କହିଛନ୍ତି ଏମ ଡି ଡିଜି । ଏଯାବତ ଅନୁଧ୍ୟାନ ଅନୁସାରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ସେପ୍ଟମ୍ବର ଶେଷ ସପ୍ତାହ ଆଡକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବ ବୋଲି କହିଛନ୍ତି । ପରେ ଲଘୁଚାପର ରୂପ ନେଇ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି କୁହାଯାଉଛି । ଏହାର ପ୍ରକୃତ ରୂପରୋଖ କଣ ହେବ ଲଘୁଚାପ ସୃଷ୍ଟି ପରେ ସ୍ୱଷ୍ଟ ହେବ । ବାତ୍ୟା ହେବ ବୋଲି ଆମେ ପୂର୍ବାନୁମାନ ଦେଇନୁ ବୋଲି କହିଛନ୍ତି ଆଇ ଏମ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।