(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ୨୦୧୮ ମୁମ୍ବାଇ ଆକ୍ରମଣ ଘଟଣାର ଜବାବ ଦେବାକୁ ରାଜନୈତିକ ଇଛା ଶକ୍ତିର ଅଭାବ ଥିଲା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମନ । ରବିବାର ଦିନ କଂଗ୍ରେସ ସେନାକୁ ନେଇ ରାଜନୀତି କରୁଥିବାକୁ ନେଇ ବର୍ଷିଛନ୍ତି ସୀଥାରମନ ।
କେହି ସେନାକୁ ନେଇ ରାଜନୀତି କରୁନାହିଁ । କିନ୍ତୁ ୨୦୦୮ ଆତଙ୍କବାଦୀ ଆକ୍ରମଣ ପରେ ଏହାକୁ ଉତଥାପନ କରିବା କିଛି ଭୁଲ ନୁହେଁ । ସେତେବେଳେ କେନ୍ଦ୍ର ସରକାର ସେନାକୁ ଏହି ଜଘନ୍ୟ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇ ନ ଥିଲା । ଫଳ ସ୍ୱରୂପ ପାକିସ୍ତାନ ପ୍ରୋତ୍ସାହନାରେ ସୀମା ପରରୁ ଆମକୁ ଧମକ ଓ ଆକ୍ରମଣ ମିଳୁଥିଲା ବୋଲି ସିଥାରମନ କହିଛନ୍ତି ।
୨୦୦୮ ମୁମ୍ବାଇ ଆକ୍ରମଣ ବା ୨୬/୧୧ ଆକ୍ରମଣକୁ ୧୦ ଜଣ ଆତଙ୍କବାଦୀ ରୂପ ଦେଇଥିଲେ, ଯେଉଁମାନେ ପାକିସ୍ତାନରେ ପ୍ରତିପାଳିତ ଲସ୍କର ଏ ତୋଇବାର ସଦସ୍ୟ ଥିଲେ । ୪ ଦିନ ଧରି ୧୨ଟି ଗୁଳିବାରି ଓ ବୋମା ବିସ୍ଫୋରଣରେ ଅନ୍ୟୁନ ୧୭୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ଜଣ ଆହତ ହୋଇଥିଲେ । ଆଜି ଫୁଲୱାମାରେ ହୋଇଥିବା ଭୟଙ୍କର ଘଟଣାରେ ଜଣେ ଆତ୍ମଘାତୀ ବମର ୪୦ ଯବାନଙ୍କ ଜୀବନ ନେଇଛି । ଏହା ପରେ ଦେଶ ଅନୁଭବ କଲା, କଣ ଆମେ ଏପରି ବାରମ୍ବାର ଆକ୍ରମଣ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସକ୍ଷମ ନୋହୁଁ । ସମାନ ପରିସ୍ଥିତି ୨୦୦୮ରେ ମଧ୍ୟ ହୋଇଥିଲା ।
କିନ୍ତୁ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଏବେ ତାହା ହୋଇଛି । ରାଜନୈ÷ତିକ ଇଛା ଇଣ୍ଟେଲିଜେନ୍ସ ସୂଚନାକୁ ନେଇ ସେନାକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଧୀନତା ଦେବା ଉପରେ ଆଧାରିତ ବୋଲି ସିଥାରମନ କହିଛନ୍ତି ।