“ଆତଙ୍କିତ ହେବାର ନାହିଁ ସଂକ୍ରମଣର କ୍ଷମତା କମିଯିବ” : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଉକ୍ତ ପରିସ୍ଥିତିକୁ ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଉକ୍ତ ପରିସ୍ଥିତିକୁ ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଏବେ ଆମେ ପାଣ୍ଡେମିକ୍‌ରୁ ଏଣ୍ଡେମେମିକ୍ ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ୍ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏହି ଭାଇରସ୍ କୁଆଡ଼େ ଯିବନି, କିନ୍ତୁ ତାର ସଂକ୍ରମଣ କରିବାର କ୍ଷମତା କମିଯିବ। ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା କରିବା ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ହେଉଛି ଏଭିଡେନ୍ସ ବେସଡ୍ ଡିସିସନ ମେକିଂ । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ ।

ଯଦି ଅଧିକ ବଢ଼ିବ, ରାଜ୍ୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ କୋଭିଡ୍ ନିୟମ ମାନିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ।