(ଜୟନ୍ତ କୁମାର ସେଠୀ): ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡିଆବାସୀଙ୍କୁ କଠାରଘାତ କରିଥିବା ଅଭିଜିତ ଆୟରଙ୍କୁ ଗିରଫ ଦାବିରେ ଆଜି କୋଣାର୍କ ଥାନାରେ ନିଖିଳ ଉତ୍କଳ ଓଡିଆ ସାଂସ୍କୃତିକ ମହାସଂଘ ସଭାପତି ନାରାୟଣ ଖୁଣ୍ଟିଆ ଲିଖିତ ଅଭିଯୋଗ କରିଛନ୍ତି । ସେ କୋଟି କୋଟି ଓଡିଆବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । ସଂସ୍କୃତି ଓ ପରମ୍ପରାକୁ ସେ କୁଠରାଘାତ କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ନିଖିଳ ଉତ୍କଳ ଓଡିଆ ସାଂସ୍କୃିତକ ମହାସଂଘ ଦାବି କରିଛି ।
ପୂର୍ବରୁ ମଧ୍ୟ ଅଭିଜିତ ଆୟରଙ୍କ ଗିରଫ ଦାବିରେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଜିତ ଆୟରଙ୍କୁ ଗିରଫ ଦାବି ଓ ପରିବେଶ ନିୟମ ଉଲଘଂନ କରିଥିବା ବୈଜନ୍ତ ପଣ୍ଡାଙ୍କୁ ଗିରଫ ଦାବି କରିବା ସହିତ କୁଶ ପୁତ୍ତଳିକା ଦାହ କରିଥିଲା ବିଜେଡି । କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି କୋଣାର୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୈଜନ୍ତ ପଣ୍ଡା ଓ ଅଭିଜିତ ଆୟାର ଯେ ପର୍ୟ୍ୟନ୍ତ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା ନ ମାଗନ୍ତି ସେ ପର୍ୟ୍ୟନ୍ତ ତାଙ୍କୁ କୋଣାର୍କ ମାଟିରେ ପୁରାଇ ଦିଆଯିବ ନାହିଁ ବୋଲି ବିଧାୟକ ସୁରେନ୍ଦ୍ର ସେଠୀ ଚେତାବନୀ ଦେଇଥିଲେ ।