ବିହାରରେ ଶିକ୍ଷକଙ୍କ ପାଇଁ ନୂଆ ନିୟମ: ଜିନ୍ସ, ଟି ସାର୍ଟ କିମ୍ବା ଦାଢି ରଖି ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

0

ବେଗୁସରାଇ:  ବିହାରରେ ଶିକ୍ଷକଙ୍କ ପାଇଁ ନିୟମ ଦିନକୁ ଦିନ କଡ଼ାକଡ଼ି ହେଉଛି । । ଏବେ ବେଗୁସରାଇ ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଆଉ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଜିଲ୍ଲା ଶିକ୍ଷାଧିକାରୀ କେ.କେ. ପାଠକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଅଜବ ନିୟମ ଲାଗୁ କରିଛନ୍ତି ।

କୌଣସି ଶିକ୍ଷକ ଦାଢି ରଖି କିମ୍ବା ଜିନ୍ସ, ଓ ଟିସାର୍ଟ ପିନ୍ଧି ସ୍କୁଲକୁ ଆସିପାରିବେ ନାହିଁ । ଯଦି କେହି ଏହାକୁ ଉଲଂଘନ କରେ ତେବେ ସେମାନଙ୍କର ଦରମା କଟିବ । ଏଭଳି କଡ଼ା ନିୟମରୁ ଶିକ୍ଷୟିତ୍ରୀ ବି ବାଦ୍ ପଡିନାହାଁନ୍ତି । ଡିଇଓଙ୍କ ନିର୍ଦ୍ଦେଶ ଅନୁସାରେ ମହିଳାମାନେ କୌଣସି ଦୃଷ୍ଟି ଆକର୍ଷଣ କରୁଥିବା ବା ଚକାଚକ୍ ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସିପାରିବେ ନାହିଁ । ସେମାନେ ଭାରତୀୟ ପରିଧାନରେ ବିଦ୍ୟାଳୟ ଆସିବାକୁ ବାଧ୍ୟ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ଏଭଳି ନିର୍ଦ୍ଦେଶକୁ ନେଇ ଶିକ୍ଷକ ସଂଘରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ମୋଗଲ ଶାସନ ଭଳି ଲାଗୁଛି ବୋଲି ମତ ପ୍ରକାଶ ପାଇବା ସହ ଏଭଳି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ନେବାକୁ ଶିକ୍ଷକ ସଂଘ ଦାବି କରିଛି । ତେବେ ପୋଷାକ ପାଇଁ ଅତିରିକ୍ତ ଆଲାଉନ୍ସ ଦେବାକୁ ଦାବି ରଖିଛି ଶିକ୍ଷକ ସଂଘ ।