କେନ୍ଦ୍ରାପଡ଼ା, ୨୩.୦୭.୨୦୨୫, କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲାପାଳ ଭାବେ ରଘୁରାମ ଆର ଆୟାର(ଭା.ପ୍ର. ସେ) ଗତ କାଲି ଅପରାହ୍ନରେ ଯୋଗ ଦେଇଛନ୍ତି । ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ନିର୍ଦ୍ଧେଶକ ଭାବେ କାର୍ୟ୍ୟ କରୁଥିଲେ । ସେ କେନ୍ଦ୍ରାପଡ଼ାରେ ୫୨ ତମ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ।

ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଜିଲ୍ଲାପାଳ ଯୋଗଦେବା ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲାପାଳ ପ୍ରଥମେ କାର୍ୟ୍ୟରେ ଯୋଗଦେବା ପୂର୍ବରୁ ଶ୍ରୀଶ୍ରୀ ସିଦ୍ଧବଳଦେବ ଜୀଉ ଭଗବାନଙ୍କୁ ଦର୍ଶନ କରିଥିଲେ ।