ଭୁବନେଶ୍ଵର: ଆସିଲା ୨୦୨୩ର NCRB ରିପୋର୍ଟ । ଯାହାର ୧୧ ନଂ ସ୍ଥାନରେ ଅଚି ଓଡିଶା । ୨୦୨୧-୨୨ ତୁଳନାରେ ୨୦୨୩ରେ ବଢ଼ିଥିଲା ଅପରାଧ । ୨୦୨୩ରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ ମାମଲା ପଞ୍ଜିକୃତ ହୋଇଥିଲା । ୬୧୨୫ ଅପହରଣ, ୧୧୯୫ ଦୁଷ୍କର୍ମ ଓ ୧୨୩ ଦୁଷ୍କର୍ମ ଉଦ୍ୟମ ମାମଲା ହୋଇଥିଲା । ସେହିପରି ୨୯୫୬ ଚୋରି, ୩୭୦ ଡକାୟତି ଓ ୬୨୪ ଟି ଘର ପୋଡ଼ି ମାମଲା ରୁଜୁ ହୋଇଥିଲା । ୨୦୨୩ରେ ମୋଟ ୧୩୬୨ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା । ସେଥିରୁ ୨୨୪ ଟି ଯୌତୁକ, ୪୨ଟି ପ୍ରେମ ଓ ୩ଟି ରାଜନୈତିକ ହତ୍ୟା ଘଟଣା ଥିଲା ।
ତେବେ ଦେଶରେ ଦିନକୁ ଦିନ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗ ବଢ଼ିବାରେ ଲାଗିଛି। NCRB ରିପୋର୍ଟରେ ଆସିଛି ସାଂଘାତିକ ତଥ୍ୟ । ସେହିପରି ରାଜ୍ୟରେ ବଢୁଛି ଅପରାଧ ହାର । ଦିନକୁ ହେଉଛି ୭୬ ହତ୍ୟା । ଅପରାଧପ୍ରବଣ ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଏସବୁ ମଧ୍ୟରେ ସବୁଠୁ ବଡ କଥା ହେଲା ଛାତ୍ରଙ୍କ ଆତ୍ମହତ୍ୟା ବଢୁଛି । ଏନସିଆରବି ୨୦୨୩ର ତଥ୍ୟ ଅନୁସାରେ, ମୋଟ ୧ ଲକ୍ଷ ୭୧ ହଜାର ଲୋକ ସେମାନଙ୍କ ଜୀବନ ହାରିଛନ୍ତି । ଏମାନଙ୍କ ମଧ୍ୟରେ ୧୩ ହଜାର ୮୯୨ ଛାତ୍ର ଆତ୍ମହତ୍ୟା କରିଛନ୍ତି ।