(ରିପୋର୍ଟସ ଟୁଡ଼େ) ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ପ୍ରଚାରରେ ଯାଇ ବୀରମହାରାଜପୁର ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୈରାଝୁଲି ସାଧାରଣ ସଭାରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ। ପ୍ରାକୃତିକ ବିପର୍ୟ୍ୟୟ ବେଳେ ଓଡ଼ିଶାରୁ କେନ୍ଦ୍ରର ବୈମାତୃକ ମନୋଭାବ ନେଇ ତୀବ୍ର ଭର୍ତ୍ସନା କରିଛନ୍ତି। କହିଛନ୍ତି, ତିତିଲି, ଫାଇଲିନ, ମରୁଡ଼ି ବେଳେ କୌଣସି ବିଜେପି ନେତା ଆସିଲେନି। ଏବେ ନିର୍ବାଚନ ହେବାରୁ ଆସି ବଡ଼ ବଡ଼ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମହାନଦୀରୁ ଓଡ଼ିଶାକୁ ଜଳ ବନ୍ଦ ପାଇଁ କେନ୍ଦ୍ର ଛତିଶଗଡ଼କୁ ସହଯୋଗ କରିଥିଲା। ଏହାସହ କେନ୍ଦ୍ରରେ କେହି ଜାତୀୟ ଦଳ ବହୁମତ ପାଇବେନି ବୋଲି କହିଛନ୍ତି ନବୀନ। କେନ୍ଦ୍ରରେ ସରକାର ଗଠନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଛନ୍ତି।