ଭୁବନେଶ୍ୱର: ଆଜିକାଲି ଆଣ୍ଠୁ ଗଣ୍ଠି ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା । ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି । ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି ।ଏହା ସାମାନ୍ୟ କିମ୍ବା ସାଧାରଣ ହୋଇ ଥାଏ କିମ୍ବା କୌଣସି ରୋଗ ଯୋଗୁଁ ମଧ୍ୟ ହୋଇଥାଏ । ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର । ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ ।ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାର କିଛି ଘରୋଇ ଉପଚାର ବିଷୟରେ …
ଆପଲ୍ ସାଇଡର୍ ଭିନେଗାର : ଆପଲ୍ ସାଇଡର୍ ଭିନେଗାରକୁ ମଧ୍ୟ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟାରୁ ଆରାମ ପାଇଁ ଆପଣ ବ୍ୟବହାର କରିପାରିବେ । ଆପଣ ପ୍ରତିଦିନ ଏହାକୁ ଏକ କପ୍ ପାଣିରେ ମିଶାଇ ପିଇଲେ ଏଥିରୁ ମୁକ୍ତି ମିଳିଥାଏ । ଏହାକୁ ଅନ୍ୟ ଏକ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ । ଆପଣ ଆପଲ୍ ସାଇଡର୍ ଭିନେଗାର ନେଇ ନଡ଼ିଆ ତେଲରେ ମିଶାଇ ବିନ୍ଧୁଥିବା ଜାଗାରେ ମାଲିସ୍ କରନ୍ତୁ । ଏହା ମଧ୍ୟ ଆପଣଙ୍କୁ ଆରାମ ଦେବ ।
ଥଣ୍ଡା ପାଣି : ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ହେଉଛି ତେବେ ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ ସେକ ଦିଅନ୍ତୁ । ଏହା କଲେ କେବଳ ବିନ୍ଧା କମିବ ନାହିଁ ବରଂ ଦରଜ ଥିଲେ ମଧ୍ୟ ଏହା ଦୂର ହୋଇଯିବ । ଥଣ୍ଡା ପାଣି ପଟି ବଦଳରେ ଆପଣ ବରଫ ମଧ୍ୟ ବ୍ୟବହାର କରିପାରିବେ । ଏକ କପଡ଼ାରେ ବରଫକୁ ବାନ୍ଧି ବିନ୍ଧୁଥିବା ଗଣ୍ଠି ବା ଅଣ୍ଟାରେ ରଖନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ନିଶ୍ଚୟ ।
ଅଦା : ଅଣ୍ଟା ପିଠି ବିନ୍ଧିବା ସମସ୍ୟାରେ ଅଦା ମଧ୍ୟ ବହୁତ ଲାଭ ଦେଇଥାଏ । ଅଦାରେ ଏକ ପ୍ରକାର ଔଷଧିୟ ଗୁଣ ରହିଥାଏ । ଯାହା ଦରଜ ବା ବିନ୍ଧା ହେଉଥିଲେ ଶୀଘ୍ର ମୁକ୍ତି ଦିଏ ।ଏଥିପାଇଁ ଆପଣ ଏକ ଚାମଚ ଅଦା ରସ ସହ ମହୁ ମିଶାଇ ପିଅନ୍ତୁ । ଏହା ସହ ଆପଣ ଅଦା ତେଲ ମଧ୍ୟ ଅଣ୍ଟାରେ ମାଲିସ୍ କରିପାରିବେ ।
ତେଲ ମାଲିସ: ମାଲିସ କରିବା ଦ୍ୱାରା ମଧ୍ୟ ଆପଣ ଏହି ସବୁ ଅସୁବିଧାରୁ ମୁକ୍ତି ପାଇପାରିବେ । ପ୍ରଥମେ ଆପଣ ସୋରିଷ ତେଲ ନିଅନ୍ତୁ ଆପଣ ରାଶି ତେଲ ମଧ୍ୟ ନେଇ ପାରିବେ ତେବେ ଏହା ସହ ଆପଣ ଦୁଇ ତିନିଟି ରସୁଣ କୋଲାକୁ ପକାଇ ଦିଅନ୍ତୁ ଅଧାଚାମଚ ଜୁଆଣି ପକାଇ ଗରମ କରି ଦିଅନ୍ତୁ । ଏହି ତେଲକୁ ଶରୀରରେ ଏବଂ ବିନ୍ଧା ହେଉଥିବା ସ୍ଥାନରେ ମାଲିସ କରି ଖରାରେ କିଛି ସମୟ ଅତିବାହିତ କରନ୍ତୁ । ଏହା ଦ୍ୱାରା ନିଶ୍ଚିତ ଲାଭ ମିଳିବ । ତେବେ ଏହା ଛଡା ଆପଣ ନିଜର ଖାଦ୍ୟ ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଥଣ୍ଡା,ଖଟା,ଆଦି ଜାତୀୟ ଖାଦ୍ୟରୁ ଦୂରରେ ରହନ୍ତୁ ଏବଂ ସବୁଜ ପନି ପରିବା ଆଦି ଖାଆନ୍ତୁ ଏହା ଛଡା ପ୍ରତିଦିନ ସକାଳେ ଆପଣ ବ୍ୟାୟାମ ମଧ୍ୟ କରି ପାରିବେ ।