ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟୀଙ୍କୁ ଧରି କୋର୍ଟ ଚାଲାଣ

ନାରାୟଣପାଟଣା (ସଞ୍ଜୟ କୁମାର ପାଣି) : କୋରାପୁଟ ଜିଲ୍ଲା  ନାରାୟଣପାଟଣା ବ୍ଲକରେ ଦିନକୁ ଦିନ ଚୋରା ମଦ ବ୍ୟବସାୟ ବଢ଼ିବାରେ ଲାଗିଛି । କୋରାପୁଟ ଅବକାରୀ ଆରକ୍ଷୀ ଅଧକ୍ଷ  ଅରୁଣ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ନାରାୟଣପାଟଣା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନିଲମଣୀ ଲାହାଝାଲଙ୍କ ନେତୃତ୍ବରେ, ASI  ଅମୋର କୁମାର ବିଷୋୟୀ ଏବଂ ତାଙ୍କ କର୍ମଚାରୀ ମିଶି ତଳଗୁମାଣ୍ଡି ରାସ୍ତା ପାର୍ଶ୍ବରେ ଚୋରା ମଦ ବ୍ୟବସାୟଙ୍କୁ ଧରିବା ପାଇଁ ଜାଲ ବିଛାଇ  ଥିଲେ ।ସେହି ସମୟରେ  ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆ ଆନ୍ଧ୍ର ପ୍ରଦେଶ ରେଜିଷ୍ଟ୍ରେସନ ନମ୍ବର ଅଟୋରେ  ମଦ ବସ୍ତାରେ ଭର୍ତ୍ତି କରି ନେଇ ଆସୁଥିଲେ । ସେହି  ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ନାରାୟଣପାଟଣା ଅବକାରୀ ପୋଲିସ ଅଟୋ ସହ ମଦ ଏବଂ ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆଙ୍କୁ ଧରିଥିଲେ । ନାରାୟଣପାଟଣା ଅବକାରୀ ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ସେଠାରେ ତାଙ୍କ ବେଲ୍ ନାକଚ ହୋଇ ଯିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇ ଥିବା ASI ଅମୋର କୁମାର ବିଷୋୟୀ ପ୍ରକାଶ କରିଛନ୍ତି ।