ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଗୁଜରାଟର କାଲୋଲ କାରଖାନାରୁ ଓଡ଼ିଶାର ଭୁବନେଶ୍ୱରକୁ ନାନା ୟୁରିଆ (ତରଳ) ବୋଝେଇ ଟ୍ରକ ପଠାଯାଇଛି । ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ୟୁରିଆ ବୋଝେଇ ଟ୍ରକକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ନାନୋ ୟୁରିଆ ବ୍ୟବହାର କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ସେମାନଙ୍କର କୃଷିକାର୍ୟ୍ୟ ବାବଦ ଖର୍ଚ୍ଚ ହ୍ରାସ କରିବ ଏବଂ ଅମଳ ପରିମାଣ ବୃଦ୍ଧି ସହିତ ଚାଷରେ ରାସାୟନିକ ସାର ବ୍ୟବହାର ପରିମାଣ ହ୍ରାସ କରିବ ବୋଲି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଥିଲେ । ନାନୋ ୟୁରିଆକୁ ସଫଳ ଭାବେ ପରୀକ୍ଷଣ କରାଯାଇଛି । ଫଳାଫଳରୁ ଜଣା ପଡିଛି ଯେ କମ୍ ଜଳ ବ୍ୟବହାର ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରୁଛି ।