ଭୁବନେଶ୍ୱର: ନନ୍ଦନକାନନ ଯାଇଛି ଆତଙ୍କ ଖେଳାଇଥିବା କୁମ୍ଭୀର । ବନବିଭାଗ ଓ ନନ୍ଦନକାନନର ଏକ ସ୍ବତନ୍ତ୍ର ଟିମ୍ ସାହାଯ୍ୟରେ ରାପିଡ ରେସପନ୍ସ ଟିମ୍ର ଭ୍ୟାନ ଯୋଗେ କଣାସରୁ ନନ୍ଦନକାନନକୁ ପଠାଯାଇଛି । କ୍ଷତିପୂରଣ ଦାବିରେ କୁମ୍ଭୀର ଓ ବନବିଭାଗକୁ ଅଟକ ରଖିଥିଲେ ମତ୍ସ୍ୟଜୀବୀ । ସ୍ଥାନୀୟ ପୋଲିସର ବୁଝାସୁଝା ସହ ସୋମବାର ସୁଦ୍ଧା କ୍ଷତିପୂରଣ ମିଳିବାର ପ୍ରତିଶୃତି ପରେ ଶାନ୍ତ ପଡିଥିଲେ ଲୋକେ । ଏତେ ଦିନ ଧରି କୁମ୍ଭୀରକୁ ଧରିପାରୁନଥିଲା ବନବିଭାଗ । ଜଣେ ମତ୍ସ୍ୟଜୀବୀ ଜୀବନ କୁ ବାଜି ଲଗାଇ କୁମ୍ଭୀରକୁ ଧରିପାରିଲେ । ତେବେ ବନବିଭାଗ କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।