(ଟୁକୁନା ଖରା/ନବରଙ୍ଗପୁର): ମାରାତ୍ମକ କରୋନା ମୁକାବିଲା ନିମନ୍ତେ ନବରଙ୍ଗପୁର ଜିଲ୍ଲା ସ୍ୱତନ୍ତ୍ର ପର୍ୟ୍ୟବେକ୍ଷକ ନୋଡାଲ ଅଫିସର ରସିଦ ଖାଁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ସହ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟଦପ୍ତର ଖାତିଗୁଡ଼ାସ୍ଥିତ ପ୍ରକଳ୍ପ ହସ୍ପିଟାଲ ପରିଦର୍ଶନ କରିଛନ୍ତି।୩୨ ଶଯ୍ୟା ବିଶିଷ୍ଟ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାର ଅନ୍ତେବାସୀ ଙ୍କ ସହ ଆଲଚନା କରି ଅତୀତର ସ୍ମୃତି ସାଉଁଟିଥିଲେ।୧୯୯୨ମସିହା ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ବାସଚ୍ୟୁତଙ୍କ ନିମନ୍ତେ ପୁନଃବାସ ଓ ଥଇଥାନ ବିଭାଗ ଅଧିକାରୀ ରୂପେ କାର୍ୟ୍ୟକାରୀ କରିଥିବା ବରିଷ୍ଠ ଅଧିକାରୀ ଶ୍ରୀ ଖାଁ ପ୍ରକଳ୍ପ ହସ୍ପିଟାଲ ସମ୍ବନ୍ଧେରେ ଅବଗତ ହୋଇ ଦୁଃଖ ପ୍ରକାଶ କରିଥିଲେ।ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ପ୍ରତ୍ୟେକ ତତ୍ବାବଧାନରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଅକ୍ଷମିତା କାର୍ତ୍ତିକଙ୍କ ଦ୍ଵାରା ବର୍ତ୍ତମାନ ପ୍ରକଳ୍ପ ହସ୍ପିଟାଲ ର ନବୀକରଣ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ।ତେନ୍ତୁଳିଖୁଣ୍ଟି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଦୀପ କୁମାର କର,ଏଡିଏମ ସୁବାସିସ ମାନସିଂ ପ୍ରମୁଖ ସ୍ୱତନ୍ତ୍ର ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଥିଲେ।ଏହା ସହ ପରଜା ବାରଙ୍ଗପଦର ଏବଂ ମଞ୍ଚାଗାଁ ପଂଚାୟତରେ ପହଞ୍ଚି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ।