ମାଛ ଧରାକୁ କେନ୍ଦ୍ର କରି ବୃଦ୍ଧ ମୃତ

(ଅନୁସ୍ୱୟା)ଭୁବନେଶ୍ୱର: ଅନୁଗୁଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମସଭାରେ ମାଛଧରାକୁ କେନ୍ଦ୍ର କରି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୁହାରପଶି ଗାଁରେ ଗ୍ରାମସଭା ବସିଥିଲା ସେଠାରେ ମାଛ ଧରାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ଏହାପରେ ସଂଘବନ୍ଧ ଭାବେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଛି । ବୃଦ୍ଧ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଡ଼ାକ୍ତରଥାନାରେ ଭର୍ତ୍ତି କରାଯାଇଥିଲା। ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଛେଣ୍ଡିପଦା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଚାରିଜଣଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।