ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ଭାବି, ଯୁବକଙ୍କୁ ହତ୍ୟା କରିଦେଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର, କାଙ୍କେର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ଏଭଳି ବର୍ବରତା ସମସ୍ତଙ୍କୁ ସ୍ତବ୍ଧ କରିଛି । ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଛୋଟେବେଠିଆ ଥାନା ଅଞ୍ଚଳର ବିଣାଗୁଣ୍ଡା ଗାଁରେ ଏକ ଜନ ଅଦାଲତ ହୋଇଥିଲା । ଯେଉଁଠାରେ ଜଣେ ଆଦିବାସୀ ଯୁବକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଯୁବକଙ୍କୁ ପୋଲିସ ଇନଫର୍ମର କହିବା ସହ, ଗ୍ରାମବାସୀଙ୍କ ସାମ୍ନାରେ ମୃତ୍ୟୁଦଣ୍ଡ ଘୋଷଣା କରିବା ସହ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି।

ଗତ ସୋମବାର ରାତିରେ ବିଣାଗୁଣ୍ଡା ଗାଁର ମନୀଷ ନୁରୁତିଙ୍କୁ ସଶସ୍ତ୍ର ମାଓବାଦୀମାନେ ତାଙ୍କ ଘରୁ ଉଠାଇ ନେଇଥିଲେ। ଏକ ବୈଠକ ବାହାନାରେ ଗାଁ ମଝିରେ ଗ୍ରାମବାସୀମାନେ ପୂର୍ବରୁ ଏକାଠି ହୋଇଥିଲେ। ସେଠାରେ ପହଞ୍ଚିବା ପରେ, ମାଓବାଦୀମାନେ ଅନ୍ୟ ଦୁଇ ଆଦିବାସୀ ଯୁବକଙ୍କୁ ମାଡ଼ ମାରିଥିଲେ ଏବଂ ପୋଲିସକୁ ସୂଚନା ଦେଉଥିବା ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ, ମାଓବାଦୀମାନେ ମନୀଷ ନୁରୁତିଙ୍କୁ ପୋଲିସ ସୂଚନାଦାତା କହି ଏକ କଥିତ ଜନ ଅଦାଲତରେ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ତାଙ୍କୁ ହତ୍ୟା କରିଥିଲେ।