ଗୋପ(ଜୟନ୍ତ କୁମାର ସେଠୀ)-ପୁରୀ ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣା ରେ ଅଭିଯୁକ୍ତ ପୁଅ କୁ ଗିରଫ କରିଛି ପେଣ୍ଠକଟା ମେରାଇନ ପୋଲିସ ।ଅଭିଯୁକ୍ତ ଜଣକ ୩୪ ବର୍ଷୀୟ ବିଷ୍ଣୁ ପ୍ରସାଦ ଦୀକ୍ଷିତ ।ସାନ ଭାଇ ସୁବ୍ରତ ର ଏତାଲା ଆଧାର ରେ ପେଣ୍ଠକଟା ମେରାଇନ ପୋଲିସ କେସ ନମ୍ବର୍ ୨୮,ତାରିଖ ମାର୍ଚ୍ଚ ୧୬ ୨୦୨୨ ରେ ମାମଲା ରୁଜ୍ଜୁ କରିଥିଲା ।ଅଭିଯୁକ୍ତ ବିରୁଦ୍ଧରେ ୩୦୨ଏବଂ ୩୦୭ ଓଚଉ ରେ ସଙ୍ଗୀନ ଦଫା ଲାଗାଯାଇଥିବାବେଳେ କୋର୍ଟ ଚାଲାଣ କରିବା ପେଣ୍ଠକଟା ମେରାଇନ ପୋଲିସ ।
ସୂଚନା ଅନୁଯାୟୀ ଗତକାଲି ପୁରୀ ବାଲିଘାଟ ସୁଭଦ୍ରା ନଗର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।ନିଶାସକ୍ତ ଆବସ୍ଥାରେ ପୁଅ ନିଜ ମା ର ହତ୍ୟା କରିବା ସହ ବାପା ଏବଂ ପତ୍ନୀ କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ସକାଳ ୭ ଟା ସମୟରେ ଅଭିଯୁକ୍ତ ଜଣକ ନିଜ ମା କୁ ଆକ୍ରମଣ କରିବା ସହ ମୁଣ୍ଡରେ ଏକ କଟୁରି ରେ ଗଭୀର ଆଘାତ କରିଥିଲା ।ଏଭଳି ଘଟଣା ସ୍ଥଳରେ ମହିଳା ଙ୍କ ର ମୃତ୍ୟୁ ଘଟିଥିଲା ।ପରେ ନିଜ ବାପା ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା ଅଭିଯୁକ୍ତ ।
ତଣ୍ଟି ଚିପି ବାପା କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ।ପରେ ପତ୍ନୀ କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲାଣ କରିବ ମେରାଇନ ପୋଲିସ ।ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ଅଭାବନୀୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଆକ୍ରମଣ କାରୀ ବଡ଼ପୁଅ ମଧ୍ୟ ମେଡିକାଲରେ ଚିକିତ୍ସାଧିନ ରହିଥିଲା । ୪୦ଲକ୍ଷ ଟଙ୍କା କରଜ କରି ଏକ ଗାଡି ସର୍ଭିସିଂ ସେଣ୍ଟର କରିଥିଲେ ଦୁଇ ଭାଇ ଜ୍ଝ କରଜ ଧୀରେ ଧୀରେ ବଢ଼ିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲା ବଡ଼ ପୁଅ । ଗତକାଲି ସକାଳୁ ମାଙ୍କ ସହ ଝଗଡା ଲାଗି ଥିବା ବେଳେ ଏକ ଧାରୁଆ ଅସ୍ତ୍ର ରେ ମା କୁ ହତ୍ୟା କରିବା ସହ , ସାନ ଭାଇ, ନିଜ ପତ୍ନୀ ଓ ବାପାଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଥିଲେ ବୋଲି ସୂଚନା ଦେଇଛି ସାନ ଭାଇ ସୁବ୍ରତ ଦୀକ୍ଷିତ ।