ମୁନିଗୁଡା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟରେ ଏନ୍‌ଏସି ଘୋଷଣା ପାଇଁ ଦାବୀ

ମୁନିଗୁଡ଼ା:- ମୁନିଗୁଡ଼ା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟର ସହଯୋଗରେ ଏନ୍‌ଏସି ଘୋଷଣା ପାଇଁ ଦାବୀ ତୀବ୍ର ହୋଇଛି। ଏହି ଦାବୀକୁ ସମର୍ଥନ କରି ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ପ୍ରଗତି ମଞ୍ଚ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ଏନ୍‌ଏସି ଘୋଷଣା ହେବ ନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।

ପ୍ରଗତି ମଞ୍ଚର ସଭାପତି ସି.ଏଚ. ଗଣେଶ୍ୱର ରାଓ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଗୈଡ, ବଣିକ ସଂଘ ସଭାପତି ଚିନ୍ତାମଣି ସାହୁ, ରାୟଗଡ଼ା ଜିଲ୍ଲା ବିଏସପି ସଭାପତି ଜିତୁ ଜାକାସିକା ଓ ଅନ୍ୟାନ୍ୟ ସମାଜୀକ କର୍ମୀମାନେ ମଧ୍ୟ ଏହି ଦାବୀକୁ ଜୋରଦାର ସମର୍ଥନ କରିଛନ୍ତି । ଏନ୍‌ଏସି ଘୋଷଣା ପାଇଁ ସ୍ଥାନୀୟ ଲୋକମାନେ ଏକତାବଦ୍ଧ ହୋଇ ପ୍ରଶାସନ ଉପରେ ଚାପ ସୃଷ୍ଟି କରୁଛନ୍ତି। ମୁନିଗୁଡ଼ାକୁ ନୋଟିଫାଇଡ ଏରିଆ କାଉନ୍ସିଲ୍ ଭାବରେ ଘୋଷଣା କରିବା ପ୍ରସଙ୍ଗରେ, ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ଏହା ସ୍ଥାନୀୟ ବିକାଶ ଓ ପ୍ରଶାସନିକ ସୁବିଧା ପାଇଁ ଅତ୍ୟାବଶ୍ୟକ।