ଭୁବନେଶ୍ୱର/ହରପ୍ରସାଦ ବିଷୋୟୀ: ସାରା ବିଶ୍ୱ ଶିଶୁଙ୍କ ପାଇଁ ଚିନ୍ତିତ । କାରଣ ବିଭିନ୍ନ କାରଣରୁ ସେମାନେ ସ୍କୁଲ ଆସି ପାରୁନାହାନ୍ତି । କେଉଁଠି ଅଭିଭାବକଙ୍କ କାରଣରୁ ତ ଆଉ କେଉଁ କାରଣରୁ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରହିଛି ଯେ ସବୁବେଳେ ପିଲା ସ୍କୁଲ ଆସିବେ । ଆମେ ଆଗ୍ରହ ପ୍ରକାଶ କରିଛୁ ଯେଉଁମାନେ କ୍ଷେତ୍ରରେ କାମ କରୁଛନ୍ତି, ସେମାନେ ଆଗକୁ ଆସନ୍ତୁ ।
ଯଦି ଅଭିଭାବକଙ୍କ ପାଇଁ ହେଉ ବା କୌଣସି ପାରିପାର୍ଶ୍ଵିକ କାରଣରୁ ପିଲା ସ୍କୁଲ ଆସି ପାରୁ ନାହାନ୍ତି । ସେମାନେ ଜିଲ୍ଲା ପ୍ରଶାସନକୁ ଜଣାନ୍ତୁ । ସେମାନଙ୍କୁ ସ୍କୁଲ ଆଣିବାକୁ ସମସ୍ତ ପ୍ରୟାସ ଜାରି ରହିଛି । ପିଲାମାନେ ସ୍କୁଲ ଆସି ନିଜ ଭବିଷ୍ୟତ ନିଜେ ଗଢନ୍ତୁ । ଶିକ୍ଷମାନେ ଘର ଘର ଯାଇ ଦେଖିବେ ଯେ କାହିଁକି ପିଲା ସ୍କୁଲ ଆସୁନି ।