ରଗବୀ ପ୍ରାୟୋଜକ ହେବାକୁ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ହକି ପାଇଁ ପୂର୍ବରୁ ରାଜ୍ୟ ଜାତୀୟ ଟିମର ପ୍ରାୟୋଜକ ହୋଇସାରିଛି । ଏବେ ରାଜ୍ୟ ସରକାର ରଗବୀ ଖେଳର ଜାତୀୟ ପ୍ରାୟୋଜକ ହେବାକୁ ଭାରତୀୟ ରଗବୀ ଫୁଟବଲ ୟୁନିୟନ ସହ ଏକ ଏମଓୟୁ ସାଇନ କରିଛି । ଆସନ୍ତା ୩ ବର୍ଷ ଯାଏ ଭାରତର ଉଭୟ ପୁରୁଷ ଓ ମହିଳା ରଗବୀ ଟିମ୍‌କୁ ଓଡ଼ିଶା ସରକାର ସମସ୍ତ ପ୍ରକାରର ସହାୟତା କରିବେ।
ଓଡ଼ିଶା ଟିମ୍‌ର ପ୍ରାୟୋଜକ ସହ ଖେଳିଳାଙ୍କୁ ଉଚ୍ଚସ୍ତରୀୟ ଟ୍ରେନିଂ ଓ କଣ୍ଡିସନିଂ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଡାଇରେକ୍ଟର କମ ଆଡିସନାଲ ସେକ୍ଟ୍ରେଟାରୀ ଆର ଭିନୀଲ କ୍ରିଷ୍ଣା ଓ ଆଇଆରଏଫୟୁର ସଭାପତି ମନେକ ଉନୱାଲାଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ।